ଓଡ଼ିଶା

ଶକ୍ତିପୀଠରେ ଚାଲିଛି ଷଷ୍ଠୀ ପୂଜା

ଶକ୍ତିପୀଠରେ ଚାଲିଛି ନବରାତ୍ର ପୂଜା । ଆଜି ପୀଠରେ ଷଷ୍ଠୀ । ଷୋଡ଼ଶ ଉପଚାରରେ କରାଯାଉଛି ନୀତିକାନ୍ତି । ଅଖଣ୍ଡ ଦୀପ ଲଗାଯାଇ କରାଯାଉଛି ପୂଜାର୍ଚ୍ଚନା । ଆଜି ଗାୟତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମାଆ କଟକ ଚଣ୍ଡି । ମାଆ ଗଡ଼ଚଣ୍ଡି ମଧ୍ୟ ଗାୟତ୍ରୀ ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ । ଏପଟେ ଆସନ୍ତାକାଲି ମଣ୍ଡପରେ ହେବ ଷଷ୍ଠୀ ପୂଜା । ଏଥିପାଇଁ ଜମିଲାଣି ପୂଜା ମାହୋଲ । ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ତୋରଣ ବନ୍ଧା ସାଙ୍ଗକୁ ମେଢ଼ କାର୍ଯ୍ୟ ଏକପ୍ରକାର ଶେଷ ହେଲାଣି । ଆସନ୍ତାକାଲି ମାଆଙ୍କୁ ବରଣୀ କରାଯିବ । ଦୁଇବର୍ଷ ପରେ ମହାଆଡ଼ମ୍ବରରେ ପୂଜା ହେଉଥିବାରୁ ଅଧିକ ଭିଡ଼ ଜମିବ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରିଛି ପ୍ରଶାସନ । ଚୋରି, ନିଶା କାରବାର ରୋକିବା ପାଇଁ ଗଠନ ହୋଇଛି ସ୍ବତନ୍ତ୍ର ଟିମ୍ ।

Related Articles

Back to top button
WP Twitter Auto Publish Powered By : XYZScripts.com