ଓଡ଼ିଶାକ୍ରୀଡ଼ାଶିକ୍ଷା

ଟୁଡ଼େସ ଟାଏକୋଣ୍ଡ ଏକାଡେମୀର ୨ୟ କଲର ବେଲ୍ଟ ପ୍ରତିଯୋଗିତା

ବ୍ରହ୍ମପୁର, ୦୮/୧୦/୨୦୨୨-   ବ୍ରହ୍ମପୁର ହାତୀବନ୍ଧ ସାହି ସ୍ଥିତ ବିନାୟକ ସେଲେବ୍ରେସନ ପରିସରରେ ଟୁଡ଼େସ ଟାଏକୋଣ୍ଡ ଏକାଡେମୀ ପକ୍ଷରୁ ୨ୟ ଟାଏକୋଣ୍ଡ କଲର ବେଲ୍ଟ ପରୀକ୍ଷା ଭବନ ପରିସରରେ ଥିବା ଏକାଡେମୀର ତାଲିମ କେନ୍ଦ୍ରରେ ଆୟୋଜିତ ହୋଇଯାଇଛି ।

ଗଞ୍ଜାମ ଜିଲ୍ଲାର ବିଭିନ୍ନ ଟାଏକୋଣ୍ଡୋ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଥିବା ୧୨୦ ଜଣ ପ୍ରଶିକ୍ଷାର୍ଥୀ ଏହି ଆନ୍ତଃ ଜିଲ୍ଲା ସ୍ତରୀୟ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ଯରେ ୬ ଜଣ ବ୍ଲାକ ବେଲ୍ଟ ପରୀକ୍ଷାର୍ଥୀ ଥିବା ଏକାଡେମୀର ପ୍ରଶିକ୍ଷକ ତଥା ଓଡିଶା ଟାଏକୋଣ୍ଡୋ ସଂଘର ରାଜ୍ୟ ସହ ସମ୍ପାଦକ କେ. ମନୋଜ ପ୍ରଧାନ ସୂଚନା ଦେଇଛନ୍ତି । ୬ଷ୍ଠ ଡାନ ବ୍ଲାକ ବେଲ୍ଟ ଧାରୀ ଆନ୍ତର୍ଜାତିକ କୋଚ ତଥା ଓଡିଶା ଟାଏକୋଣ୍ଡ ସମ୍ପାଦକ ମନମୋହନ ଭଞ୍ଜ ପ୍ରତିଯୋଗିତାରେ ପରୀକ୍ଷକ ଭାବେ ଯୋଗଦେଇ ସମସ୍ତ ପ୍ରତିଯୋଗୀଙ୍କ ପ୍ରାକ୍ଟିକାଲ ଓ ଥିଓରି ପରୀକ୍ଷା କରିବା ସହ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ବ୍ରହ୍ମପୁରର ଜାଗୁଆର ଏକାଡେମୀର ୨୨ ଜଣ, ହିଞ୍ଜିଳିର ୨୩ ଜଣ, ବଡମାଧପୁରର ଗଞ୍ଜାମ ଏକାଡେମୀର ୩୧ ଜଣ, ପୁରୁଷୋତ୍ତମପୁର ଟାଏକୋଣ୍ଡୋ ଏକାଡେମୀର ୨୨ ଜଣ, ଛତ୍ରପୁରର କେଏମପି ସ୍ପୋର୍ଟସ ଏକାଡେମୀର ୯ ଜଣ, ଦିଗପହଣ୍ଡିର ୩ଜଣ, ଗଞ୍ଜାମର ହୋପ ଟାଏକୋଣ୍ଡୋ ଏକାଡେମୀର ୩ ଜଣ ଓ ଟୁଡ଼େସ ଟାଏକୋଣ୍ଡୋ ଏକାଡେମୀର ୭ ଜଣ ପ୍ରଶିକ୍ଷାର୍ଥୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡ ସଂଘ ସଭାପତି ଶ୍ରୀକାନ୍ତ ମହାନ୍ତି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରଶ୍ମିରଞ୍ଜନ ଦାଶ,  ଅରୁଣ ରାଉଳ ସମ୍ମାନିତ ଅତିଥି ଯୋଗ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com