କ୍ରୀଡ଼ା

ଇଂଲଣ୍ଡ ପୁରୁଷ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ବହିଷ୍କୃତ , ଆଶେସ ବିପର୍ଯ୍ୟୟ ପରେ ବିଦା ହେଲେ !

ଲଣ୍ଡନ: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ ସିରିଜରେ ଇଂଲଣ୍ଡର ଲଜ୍ଜାଜନକ ପ୍ରଦର୍ଶନ ମୁଖ୍ୟ କୋଚ୍ କ୍ରିସ ସିଲଭରଉଡଙ୍କୁ ମହଙ୍ଗା ପଡ଼ିଛି। ଆଶେସ ବିପର୍ଯ୍ୟୟ ପରେ ଇଂଲଣ୍ଡ କ୍ରିକେଟ ବୋର୍ଡ ତାଙ୍କୁ ମୁଖ୍ୟ କୋଚ୍ ପଦ ଛାଡ଼ିବାକୁ କହିଥିଲା। ଏହାପରେ ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି।

ଏହାର ଦିନକ ପୂର୍ବରୁ ଇଂଲଣ୍ଡ ପୁରୁଷ କ୍ରିକେଟର ମ୍ୟାନେଜିଂ ନିର୍ଦ୍ଦେଶକ ପଦରୁ ଆଶେଲ ଗିଲ୍ସଙ୍କୁ ବହିଷ୍କୃତ କରାଯାଇଥିଲା। ୨୦୧୯ରେ ଗିଲ୍ସ ହିଁ ସିଲଭରଉଡଙ୍କୁ ଇଂଲଣ୍ଡ ପୁରୁଷ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ଦେଇଥିଲେ। ତେବେ ଆଶେସ ବିପର୍ଯ୍ୟୟ ପରେ ପ୍ରଥମେ ଗିଲ୍ସ ଓ ଗୁରୁବାର ଇଂଲଣ୍ଡ କ୍ରିକେଟ ବୋର୍ଡ ମୁଖ୍ୟ କୋଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com