କ୍ରୀଡ଼ା

ଅଧାରୁ ବନ୍ଦ ହେଲା ଆଇପିଏଲ ନିଲାମ, ଷ୍ଟେଜରେ ବେହୋସ ହୋଇଗଲେ ନିଲାମ ଡକାଳି

ବାଙ୍ଗାଲୋର: ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସଂସ୍କରଣ ପାଇଁ ଚାଲିଛି ମେଗା ନିଲାମ ।  ଶନିବାର ଓ ରବିବାର ଦୁଇ ଦିନ ଧରି ଚାଲିବ ଏହି ନିଲାମ ପ୍ରକ୍ରିୟାରେ ।  ତେବେ ଶନିବାର ଆରମ୍ଭ ହୋଇଥିବା ନିଲାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବିସିସିଆଇ ପକ୍ଷରୁ ନିଲାମ ଡାକୁଥିବା ହ୍ୟୁ ଏଡମିଡେସ ନିଲାମ ଡାକିବା ସମୟରେ ହଠାତ ଷ୍ଟେଜ ଉପରୁ ପଡ଼ିଯାଇଥିଲେ । ଯାହା ଫଳରେ ଏହି ମେଗା ନିଲାମ ପ୍ରକ୍ରିୟାକୁ କିଛି ସମୟ ପାଇଁ ସ୍ଥଗିତ ରଖିବାକୁ ପଡ଼ିଛି । ଏହି ଘଟଣା ପରେ ସେଠାରେ ଉପସ୍ଥିତ ମେଡିକାଲ ଟିମ୍ ହ୍ୟୁ ଏଡମିଡେସଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା କରିଥିଲେ । ତେବେ ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ ହ୍ୟୁ ଏଡମିଡେସଙ୍କ ସ୍ୱାସ୍ଥ୍ୟ ବର୍ତ୍ତମାନ ସ୍ଥିର ରହିଛି ଏବଂ ଏହି ମେଗା ଅକ୍ସନ ପୁଣି ଥରେ ୩.୩୦ରେ ଆରମ୍ଭ ହେବ ।
ଶନିବାର ଏପର୍ଯ୍ୟନ୍ତ ହୋଇଥିବା ନିଲାମ ପ୍ରକ୍ରିୟାରେ ସବୁଠାରୁ ଦାମୀ ଖେଳାଳି ହେଉଛନ୍ତି ଶ୍ରେୟସ ଆୟର । ଆୟରଙ୍କୁ କୋଲକାତା ନାଇଟ ରାଇଡର୍ସ ୧୨.୨୫ କୋଟିରେ କିଣିଛି । ଆୟରଙ୍କ ବ୍ୟତୀତ ଶିଖର ଧାଓ୍ୱନଙ୍କ ୮.୨୫ କୋଟିରେ ପଞ୍ଜାବ କିଙ୍ଗ୍ସ, ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ୫ କୋଟିରେ ରାଜସ୍ଥାନ ରୟାଲ୍ସ, ମହମ୍ମଦ ସାମିଙ୍କୁ ୬.୨୫ କୋଟିରେ ଗୁଜୁରାଟ ଟାଇଟନ୍ସ, କଗିସୋ ରାବାଡାଙ୍କୁ ୯.୨୫ କୋଟିରେ ପଞ୍ଜାବ କିଙ୍ଗ୍ସ, ଫାଫ୍ ଡୁପ୍ଲେସିସ୍ ୭ କୋଟିରେ ଆରସିବି, ଡେଭିଡ୍ ଓ୍ୱାର୍ଣ୍ଣରଙ୍କୁ ୬.୨୫ କୋଟିରେ ଦିଲ୍ଲୀ କ୍ୟାପିଟାଲ୍ସ, ପ୍ୟାଟ କମିନ୍ସଙ୍କୁ ୭.୨୫ କୋଟିରେ କେକେଆର, ରବିନ୍ ଉଥପ୍ପାଙ୍କୁ ୨ କୋଟିରେ ଚେନ୍ନାଇ ସୁପର କିଙ୍ଗ୍ସ, ଟ୍ରେଣ୍ଟ ବୋଲ୍ଟଙ୍କୁ ୮ କୋଟିରେ ରାଜସ୍ଥାନ ରୟାଲ୍ସ କିଣିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com