କ୍ରୀଡ଼ା

ରିଚାର୍ଡଙ୍କ ପାଇଁ ହାରିଲା ଭାରତ । ଅଶୁଭ ବୋଲି ସତ ପ୍ରତିଶତ ପ୍ରମାଣିତ ।

ଧୂଳିସାତ ହେଲା ଭାରତର ଚାମ୍ପିଆନ ସ୍ୱପ୍ନ । ବିଶ୍ୱକପ ୨୦୨୩ ଟାଇଟଲ ନେଇଗଲା କଙ୍ଗାରୁ ଦଳ । ଯେଉଁ ବୋଲିଂ ଏବଂ ବ୍ୟାଟିଂ ଆଧାରରେ ଟିମ ଇଣ୍ଡିଆ ଅପରାଜେୟ ରହିଥିଲା, ତାହା ଫାଇନାଲରେ ପ୍ରଭାବହୀନ ହୋଇଗଲା ।

କହିବାକୁ ଗଲେ ଉଭୟ ବୋଲିଂ ଓ ବ୍ୟାଟିଂରେ ଫ୍ଲପ ମାରିଲା ଭାରତୀୟ ଦଳ । କିନ୍ତୁ ଏହାରି ଭିତରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଅମ୍ପେୟାର ରିଚାର୍ଡ କେଟଲବୋରୋ । କାରଣ ଭାରତ ପାଇଁ ଅଶୁଭ ସାବ୍ୟସ୍ତ ହୋଇଛନ୍ତି ରିଚାର୍ଡ । ପୁଣି ରିପିଟ ହୋଇଛି ଇତିହାସର ଘଟଣା । ଯାହା ଚଳିତ ବିଶ୍ୱକପରେ ସତ ପ୍ରତିଶତ ପ୍ରମାଣିତ ହୋଇଛି । ନଜର ପକାନ୍ତୁ ଇତିହାସ କଣ କହୁଛି ଆଉ କେମିତି ଅଶୁଭ ସାବ୍ୟସ୍ତ ହୋଇଛନ୍ତି ରିଚାର୍ଡ କେଟଲବୋରୋ ।

୨୦୧୪ରେ ହୋଇଥିବା ଭାରତ-ଶ୍ରୀଲଙ୍କା ଟି-୨୦ ବିଶ୍ୱକପ ଫାଇନାଲରେ ରିଚର୍ଡ ଅମ୍ପାୟରିଂ କରିଥିଲେ। ଏହି ମ୍ୟାଚରେ ଭାରତ ପରାଜୟ ହୋଇଥିଲା। ସେହିପରି ୨୦୧୫ରେ ଆୟୋଜିତ ବିଶ୍ୱକପରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ଅଷ୍ଟ୍ରେଲିଆ । ସେତେବଳେ ବି ମ୍ୟାଚ ହାରିଥିଲା ଭାରତ । ଏହି କ୍ରମରେ ୨୦୧୬ରେ ଟି-୨୦ ସେମି ଫାଇନାଲରେ ରିଚାର୍ଡ ଥିବା ଯୋଗୁ ଓଷ୍ଟଇଣ୍ଡିଜ ଠାରୁ ଭାରତ ହାରିଥିଲା।

୨୦୧୭ ଚାମ୍ପିୟନ ଟ୍ରଫି ଫାଇନାଲରେ ପଡୋଶୀ ପାକିସ୍ତାନ ଠାରୁ ଭାରତ ଟିମ୍ ହାରିଥିଲା। ଅନ୍ୟପଟେ ୨୦୧୯ ବିଶ୍ୱକପ ସେମିଫାଇନାଲରେ କେଟଲବୋରୋ ଅମ୍ପୟାର ରହିଥିବା ବେଳେ ନୁ୍ୟଜଲାଣ୍ଡ ଠାରୁ ପରାସ୍ତ ହୋଇଥିଲା ଟିମ ଇଣ୍ଡିଆ ।

ମାତ୍ର ୧୮ରନରେ ପରାସ୍ତ ହୋଇ ବିଶ୍ୱକପରୁ ବିଦା ହୋଇଥିଲା । ତେଣୁ ସେ ଭାରତ ପ୍ରତି ଅଶୁଭ ବୋଲି ବିବେଚିତ କରାଯାଏ । ଯାହା ପୁଣିଥରେ ବିଶ୍ୱକପ ୨୦୨୩ଫାଇନାଲ ମ୍ୟାଚରେ ସତ ସାବ୍ୟସ୍ତ ହୋଇଛି । ଚଳିତ ବିଶ୍ୱକପରେ ଭାରତ ୬ୱିକେଟରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଛି । ଯେଉଁଥିରେ ଫିଲ୍ଡ ଅମ୍ପେୟାର ଦାୟିତ୍ୱରେ ଥିଲେ ଇଂଲଣ୍ଡର ରିଚାର୍ଡ କେଟଲବୋରୋ ।

Related Articles

Back to top button
WP Twitter Auto Publish Powered By : XYZScripts.com