କ୍ରୀଡ଼ା

ଟୁଡ଼େସ ଟାଏକୋଣ୍ଡ ଏକାଡେମୀ ପକ୍ଷରୁ ୨ୟ କଲର ବେଲ୍ଟ ପ୍ରତିଯୋଗିତା

ବ୍ରହ୍ମପୁର, ୧୨ /୧୦/୨୦୨୨-   ଟୁଡ଼େସ ଟାଏକୋଣ୍ଡୋ ଏକାଡେମୀ ପକ୍ଷରୁ ୨ୟ ଟାଏକୋଣ୍ଡୋ କଲର ବେଲ୍ଟ ପରୀକ୍ଷା ଭବନ ପରିସରରେ  ଆୟୋଜିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଟାଏକୋଣ୍ଡୋ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଥିବା ୧୨୦ ଜଣ ପ୍ରଶିକ୍ଷାର୍ଥୀ ଏହି ଆନ୍ତଃ ଜିଲ୍ଲା ସ୍ତରୀୟ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରେ ୬ ଜଣ ବ୍ଲାକ ବେଲ୍ଟ ପରୀକ୍ଷାର୍ଥୀ ଥିବା ଏକାଡେମୀର ପ୍ରଶିକ୍ଷକ ତଥା ଓଡିଶା ଟାଏକୋଣ୍ଡୋ ସଂଘର ରାଜ୍ୟ ସହ ସମ୍ପାଦକ କେ. ମନୋଜ ପ୍ରଧାନ ସୂଚନା ଦେଇଛନ୍ତି । ୬ଷ୍ଠ ଡାନ ବ୍ଲାକ ବେଲ୍ଟ ଧାରୀ ଆନ୍ତର୍ଜାତିକ କୋଚ ତଥା ଓଡିଶା ଟାଏକୋଣ୍ଡୋ ସମ୍ପାଦକ ମନମୋହନ ଭଞ୍ଜ ପ୍ରତିଯୋଗିତାରେ ପରୀକ୍ଷକ ଭାବେ ଯୋଗଦେଇ ସମସ୍ତ ପ୍ରତିଯୋଗୀଙ୍କ ପ୍ରାକ୍ଟିକାଲ ଓ ଥିଓରି ପରୀକ୍ଷା କରିଥିଲେ ।

ବ୍ରହ୍ମପୁରର ଜାଗୁଆର ଏକାଡେମୀର ୨୨ ଜଣ, ହିଞ୍ଜିଳିର ୨୩ ଜଣ, ବଡମାଧପୁରର ଗଞ୍ଜାମ ଏକାଡେମୀର ୩୧ ଜଣ, ପୁରୁଷୋତ୍ତମପୁର ଟାଏକୋଣ୍ଡୋ ଏକାଡେମୀର ୨୨ ଜଣ, ଛତ୍ରପୁରର କେଏମପି ସ୍ପୋର୍ଟସ ଏକାଡେମୀର ୯ ଜଣ, ଟୁଡ଼େସ ଟାଏକୋଣ୍ଡୋ ଏକାଡେମୀର ୭ ଜଣ , ଦିଗପହଣ୍ଡିର ୩ଜଣ ଓ  ଗଞ୍ଜାମର ହୋପ ଟାଏକୋଣ୍ଡୋ ଏକାଡେମୀର ୩ ଜଣ ପ୍ରଶିକ୍ଷାର୍ଥୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘ ସଭାପତି ଶ୍ରୀକାନ୍ତ ମହାନ୍ତି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ଥିବା ବେଳେ ବିନାୟକ ସେଲେବ୍ରେସନର ମୁଖ୍ୟ ରଶ୍ମିରଞ୍ଜନ ଦାଶ, ଗଞ୍ଜାମ ଟାଏକୋଣ୍ଡୋ ଏକାଡେମୀର ସଭାପତି ଅରୁଣ ରାଉଳ ସମ୍ମାନିତ ଅତିଥି ଯୋଗ ଦେଇଥିଲେ । ଲଳିତ କୁମାର, ସି ଏଚ ପ୍ରସାଦ ନାୟକ, ଅମ୍ବିକା ପ୍ରସାଦ ଦାସ, ଡି. ମନୋଜ ପ୍ରଧାନ, ବାସୁଦେବ ନାୟକ, ଶୁଭଶ୍ରୀ ପାଢୀ, ପି. ଅଭିମନ୍ୟୁ ରେଡ୍ଡୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com