ଓଡ଼ିଶା

ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ‘ଘରୋଇ ଟ୍ୟୁସନ କରୁଥିବା ସରକାରୀ ଶିକ୍ଷକଙ୍କୁ ଚିହ୍ନଟ କର, ଦଣ୍ଡ ଦିଅ’

ମଦୁରାଇ : ଏବେ ମଧ୍ୟ ଅନେକ ରାଜ୍ୟରେ ସରକାରୀ ସ୍କୁଲ ଏବଂ କଲେଜର ଶିକ୍ଷକ ଘରୋଇ ଟିଉସନ `ଏବଂ କୋଚିଂ ସେଣ୍ଟର ଚଲାଉଛନ୍ତି। ଯାହା ଫଳରେ ସେମାନେ ସ୍କୁଲ ପ୍ରତି ଅବହେଳା କରୁଛନ୍ତି। ଏହାକୁ ବର୍ତ୍ତମାନ ଗୁରୁତର ସହ ନେଇଛନ୍ତି ମାଦ୍ରାସ ହାଇକୋର୍ଟ। ହାଇକୋର୍ଟର ମଦୁରାଇ  ବେଞ୍ଚ ମଙ୍ଗଳବାର ଘରୋଇ ଟ୍ୟୁସନ କିମ୍ବା କୋଚିଂ ସେଣ୍ଟର ଚଳାଉଥିବା ଶିକ୍ଷକଙ୍କ ଚିହ୍ନଟ କରିବା ପାଇଁ ସ୍ଵତନ୍ତ୍ର ଟିମ୍ ଗଠନ କରିବାକୁ ତାମିଲନାଡୁ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ସ୍କୁଲର ଶିକ୍ଷକଙ୍କୁ ଅନ୍ୟ ଜିଲ୍ଲାକୁ ବଦଳି କରାଯିବା ସରକାରଙ୍କ ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଦାଖଲ ଆବେଦନ ଉପରେ ଶୁଣାଣି ସମୟରେ ପୀଠ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସରକାରୀ ଶିକ୍ଷକଙ୍କ ଆବେଦନକୁ ଖାରଜ କରିଛନ୍ତି।
ଶୁଣାଣି ସମୟରେ ବିଚାରପତି ଏସ ଏମ ସୁବ୍ରମଣ୍ୟମ ସ୍ଵତନ୍ତ୍ର ଟିମ୍ ଗଠନ କରି ରାଜ୍ୟର ସମସ୍ତ ଜିଲ୍ଲାରେ ଘରୋଇ କୋଚିଂ ସେଣ୍ଟର ଚଲାଉଥିବା ସରକାରୀ ସ୍କୁଲର ଶିକ୍ଷକଙ୍କ ଚିହ୍ନଟ କରିବା ସହ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ବିଚାରପତି ସୁବ୍ରମଣ୍ୟମ ସରକାରୀ ସ୍କୁଲରେ ଶିକ୍ଷାର ଗୁଣବତ୍ତା ଏବଂ ଶିକ୍ଷକଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି।
ବିଚାରପତି ନିରୀକ୍ଷଣ କରିଛନ୍ତି ଯେ, ସରକାରୀ ସ୍କୁଲର ଶିକ୍ଷକମାନେ ସେମାନଙ୍କର ଦାବିକୁ ନେଇ ଅଧିକ ସଚେତନ ଅଛନ୍ତି। ଶିକ୍ଷକ ସଂଘ ଶିକ୍ଷା ବିଭାଗର ନିଷ୍ପତ୍ତିରେ ମଧ୍ୟ ହସ୍ତକ୍ଷେପ କରୁଛନ୍ତି। କେବଳ ଏତିକି ନୁହେଁ ହାଇକୋର୍ଟ ତାମିଲାନଡୁ ଶିକ୍ଷା ବିଭାଗକୁ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯୈ, ଛାତ୍ର-ଛାତ୍ରୀ ଏବଂ ଅଭିଭାବକ ମାନଙ୍କୁ ଏମିତି ଏକ ସାର୍ବଜନୀନ ନମ୍ବର ଦିଆଯାଉ, ଯେଉଁଥିରେ ସେମାନେ ଫୋନ କରି ବିଦ୍ୟାଳୟ ଭିତରେ ଏବଂ ବାହାରେ ଶିକ୍ଷକଙ୍କ ଅବହେଳା ଏବଂ ଅନିୟମିତତା ବିଷୟରେ ଅଭିଯୋଗ କରି ପାରିବେ।

Related Articles

Back to top button
WP Twitter Auto Publish Powered By : XYZScripts.com