ଓଡ଼ିଶା

ରାଜ୍ୟ ବାହାରୁ କିଣି ପାରିବେନି ଔଷଧ

ଭୁବନେଶ୍ୱର, ୧୫ /୧୦/୨୦୨୨-  ଔଷଧ ଏବଂ ଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ କଠୋର ହୋଇଛି ଓଡିଶା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ । ବାହାରୁ ଔଷଧ କିଣିଲେ ଏବେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । କଟକରେ ନକଲି ଔଷଧ କାରବାର ଘଟଣା ସାମନାକୁ ଆସିବା ପରେ ଆକ୍ସନ ମୋଡରେ ପ୍ରଶାସନ । ଏଣିକି ରାଜ୍ୟ ବାହାରୁ କୌଣସି ମେଡିସିନ କିଣିବା ଉପରେ କଟକଣା ଲଗାଯାଇଛି ।

ଯଦି କେହି ଓଡିଶା ବାହାରୁ ଔଷଧ କିଣିବେ, ତେବେ ସେମାନଙ୍କୁ ସଂଘ ବହିଷ୍କାର କରିବ ବୋଲି ନିଷ୍ପତ୍ତି ନିଆଯାଇଛି । ତେବେ କେବଳ ସି ଆଣ୍ଡ ଏଫ ଏବଂ ସୁପର ଷ୍ଟକିଷ୍ଟ ନିକଟରୁ ଔଷଧ କିଣିବା ନେଇ ଅନୁମତି ମିଳିଛି । ଏହାବ୍ୟତୀତ ଅନ୍ୟ କୌଣସି ଫାର୍ମରୁ ଔଷଧ କିଣାଯାଇ ପାରିବନାହିଁ । ମେଡିସିନ କାରବାର ସଠିକ ଏବଂ ସ୍ୱଚ୍ଛ କରିବା ପାଇଁ  ସଂଘ ଏଭଳି ଏକ ନିଷ୍ପତ୍ତି ନେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com