ଓଡ଼ିଶା
୨ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କଲା ଏସଟିଏଫ୍ : ୧ କୋଟିର ବ୍ରାଉନସୁଗାର ଜବତ
![](https://i0.wp.com/odia.mobilenews24x7.com/wp-content/uploads/2022/10/smagller.jpg?resize=650%2C400&ssl=1)
ଭୁବନେଶ୍ୱର, ୧୮ /୧୦/୨୦୨୨- ୨ ବ୍ରାଉନସୁଗାର ବେପାରୀଙ୍କୁ ଧରିବାରେ ସଫଳ ହୋଇଛି ଏସଟିଏଫ୍ । ପୁଲିସ୍ ସହାୟତାରେ ଏସଟିଏଫ୍ ଟିମ୍ ବାଲେଶ୍ଵର ରେଳ ଷ୍ଟେସନ ନିକଟରେ ଚଢ଼ାଉ କରି ୧ କିଲୋ ୬୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା । ଏହି ଘଟଣାରେ ଏସଟିଏଫ୍ ୨ ଜଣଙ୍କୁ ଗିରଫ କରିଛି ।
ଦୁଇ ମାଫିଆ ହେଲେ ଏସ.କେ ରାଜୁ ଓ ଅମଜାଦ ଖାନ। ରାଜୁର ଘର ବାଲେଶ୍ଵର ସହରର ଆଜିମାବାଦ ଅଞ୍ଚଳରେ ଏବଂ ଅମଜାଦର ଘର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ବୋଲି ଜଣାଯାଇଛି । ଉଭୟ ଅଭିଯୁକ୍ତଙ୍କ ପାଖରୁ ଗୋଟିଏ ବାଇକ୍ ଏବଂ ଅନ୍ୟାନ୍ୟ ଅପରାଧୀକ ସାମଗ୍ରୀ ଜବତ କରାଯାଇ କୋର୍ଟଚାଲାଣ କରାଯାଇଛି ।