ବିଜ୍ଞାନ ଓ ପ୍ରଯୁକ୍ତି

କୋଭିଡ୍ ଡ୍ୟୁଟି କରିଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ପୁରସ୍କାର

 ଭୁବନେଶ୍ୱର, ୧୯/୧୧/୨୦୨୨-   ମହାମାରୀ କରୋନା ସମୟରେ ପ୍ରତ୍ୟକ୍ଷ ଲଢେଇ କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ସରକାର ସ୍ଥିର କରିଛନ୍ତି । କରୋନା ସମୟରେ ନିଜର କର୍ତ୍ତବ୍ୟ ଏବଂ ଦାୟିତ୍ୱ ସୁଚାରୁ ରୂପେ ତୁଲାଇଥିବା ଏହି ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ସରକାରୀ ନିଯୁକ୍ତିରେ କୋହଳ ମନୋଭାବ ପୋଷଣ କରାଯିବ । ସେମାନଙ୍କୁ ସରକାରୀ ନିଯୁକ୍ତି ପ୍ରକ୍ରିୟାରେ ଅତିରିକ୍ତ ୫% ମାର୍କ ପ୍ରଦାନ କରାଯିବ । କୋଭିଡ୍ ମହାମାରୀ ସମୟରେ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ସରକାର ପାରିତୋଷିକ, ଦୈନିକ ମଜୁରୀ, ପ୍ରୋତ୍ସାହନ ଭତ୍ତା ଆଧାରରେ ନିଯୁକ୍ତି ଦିଆ ଯାଇଥିଲା ।

ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ, ରେଡିଓଗ୍ରାଫର, ଲାବୋରେଟୋରୀ ଟେକ୍ନିସିଆନ୍, ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଆଦି ପଦବୀରେ ସେମାନଙ୍କୁ ଜିଲ୍ଲା ମୁଖ୍ୟାଳୟ ଏବଂ ମେଡିକାଲ କଲେଜରେ ନିଯୁକ୍ତି ଦିଆଯାଇଥିଲା । ଏହି ନିଯୁକ୍ତି ସମ୍ପୂର୍ଣ୍ଣ ଅସ୍ଥାୟୀ ରହିଥିଲା । ପରବର୍ତ୍ତି ସମୟରେ କୋଭିଡ୍ ସଂକ୍ରମଣ ହ୍ରାସ ପାଇବାରୁ ସେମାନଙ୍କୁ ପର‌୍ୟ୍ୟାୟକ୍ରମେ କାର୍ଯ୍ୟରୁ ଅନ୍ତର କରାଯାଇଛି । ଏବେ ସେମାନଙ୍କୁ ପୁରସ୍କୃତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

ଯେଉଁ ସ୍ୱାସ୍ଥ୍ୟକର୍ମୀ ଅତିକମରେ ୩ ମାସ କିମ୍ବା ତଦୁର୍ଦ୍ଧ କୋଭିଡ୍ ଡ୍ୟୁଟି କରିଥିବେ ସେମାନଙ୍କୁ ନିଯୁକ୍ତି ପରୀକ୍ଷାର ସମୁଦାୟ ମାର୍କର ୫% ଅତିରିକ୍ତ ଭାବେ ପ୍ରଦାନ କରାଯିବ। ଏହି ସୁବିଧା ଏକକାଳୀନ ମିଳିବ। ସେମାନେ ନିଯୁକ୍ତି ପରୀକ୍ଷାରେ ପାଇଥିବା ମାର୍କରେ ଅତିରିକ୍ତ ମାର୍କ ସଂଯୋଗ କରାଯିବ ଯାହା ପରୀକ୍ଷାର ସର୍ବାଧିକ ମାର୍କ ଠାରୁ ଅଧିକ ହେବ ନାହିଁ । ଏହି ବ୍ୟବସ୍ଥା କେବଳ ଷ୍ଟାର୍ଫନର୍ସ, ଲାବୋରେଟୋରୀ ଟେକ୍ନିସିଆନ୍, ରେଡିଓଗ୍ରାଫର, ଫାର୍ମାସିଷ୍ଟ, ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଆଦି ନିଯୁକ୍ତି ପରୀକ୍ଷା କ୍ଷେତ୍ରରେ ଲାଗୁ କରାଯିବ।

 

Related Articles

Back to top button
WP Twitter Auto Publish Powered By : XYZScripts.com