ଜାତୀୟରାଜନୀତି

ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୂଆ ନୋଟିସ, ଜୁଲାଇ ୨୧ରେ ହାଜର ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ନୂଆ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆସନ୍ତା ଜୁଲାଇ ୨୧ରେ ଏଜେନ୍ସି ଆଗରେ ହାଜର ହେବାକୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ସୋନିଆ ଗାନ୍ଧୀ ତଳ ଦିନରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଇଡି ମୁଖ୍ୟାଳୟରେ ହାଜର ହେବା ପାଇଁ ଅଧିକ ଦିନ ସମୟ ମାଗିଥିଲେ ।

ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀଙ୍କ ପୁଅ ରାହୁଲ ଗାନ୍ଧୀଙ୍କୁ ପ୍ରାୟ ୫୦ ଘଣ୍ଟା ପଚରାଉଚରା କରିଛି ଇଡି । ଅଭିଯୋଗ ରହିଛି, ସୋନିଆ ଗାନ୍ଧୀ ଏବଂ ତାଙ୍କ ସହଯୋଗୀମାନେ ଆସୋସିଏଟ ଜର୍ଣ୍ଣାଲ ଲିମିଟେଡକୁ କବଜା କରିବା ପାଇଁ ୟଙ୍ଗ ଇଣ୍ଡିଆ ନାମକ ଏକ କମ୍ପାନି ତିଆରି କରିଥିଲେ ଏବଂ ଏହି କମ୍ପାନିରେ ସେଲ୍ କମ୍ପାନି ଗୁଡିକ ଜରିଆରେ ଲୋନ ନିଆଯାଇଥିଲା ।

ଅଭିଯୋଗ ଅନୁସାରେ କଂଗ୍ରେସ ୯୦ କୋଟି ଟଙ୍କାର କଥିତ ଲୋନ ଏଜେଏଲକୁ ଦେଇଥିଲା । ଏହି ଲୋନ କଂଗ୍ରେସ ଇଣ୍ଡିଆ ୟଙ୍ଗ ଇଣ୍ଡିଆକୁ ଦେଇଥିଲା ଏବଂ ଏହି ଆଧାରରେ ସୋସିଏଟ ଜର୍ଣ୍ଣାଲ ଲିମିଟେଡର ଅଧିକାଂଶ ସେୟାର ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ପାଖରେ ଥିଲା । ଅଭିଯୋଗ ଏହା ମଧ୍ୟ ଯେ, ୯୦ କୋଟିର ଲୋନ ପରିବର୍ତ୍ତେ ୟଙ୍ଗ ଇଣ୍ଡିଆ କଂଗ୍ରେସକୁ ମାତ୍ର ୫୦ ଲକ୍ଷ ଟଙ୍କା ଦେଇଥିଲା । ବର୍ତ୍ତମାନ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com