![](https://i0.wp.com/odia.mobilenews24x7.com/wp-content/uploads/2022/10/GettyImages-1136013824-f46186b6156e4ee4b166639f97b4b08d.jpg?resize=780%2C470&ssl=1)
ସ୍ୱାଭାବିକ ହେଲା ହ୍ୱାଟ୍ସଆପ ସେବା । ସାରା ବିଶ୍ୱରେ ଠପ ହୋଇଥିଲା ହ୍ୱାଟସଅପ ସର୍ଭର । ସର୍ଭର ଜାମ ହେତୁ ହ୍ୱାଟ୍ସଆପ ବ୍ୟବହାରକାରୀମାନେ ପ୍ରଭାବିତ ହୋଇଥିଲେ । ଗତ ଦେଢ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଟେକ୍ସଟ, ଭଏସ୍, ଭିଡ଼ିଓ ମେସେଜ ହୋଇପାରୁନଥିଲା । ଅନ୍ୟପଟେ ଏହି ସମସ୍ୟା ଦୂର ହୋଇଛି । ଆଜି ପାଖାପାଖି ଦ୍ୱିପ୍ରହର ୧୨ଟାରୁ ଡ଼ାଉନ ଥିଲା ହ୍ୱାଟସଅପ ସର୍ଭର । ଭାରତ ସମେତ ବିଶ୍ୱର ଅନେକ ଦେଶରେ ସର୍ଭର ଡ଼ାଉନ ଥିବା ସୂଚନା ରହିଥିଲା । ମେଟା ତରଫରୁ ବହୁତ ଜଲଦି ଏହି ଅସୁବିଧାର ବ୍ୟବସ୍ଥା କରାଯିବା ପରେ ଏବେ ସ୍ୱାଭାବିକ୍ ହୋଇଛି ହ୍ୱାଟ୍ସଆପ ସେବା ।