Featuredଅନ୍ତର୍ଜାତୀୟ

ପୁଟିନଙ୍କ ନିର୍ଦ୍ଦେଶରେ ନ୍ୟୁକ୍ଲିୟର ଅସ୍ତ୍ର ଅଭ୍ୟାସ ଆରମ୍ଭ

ଯୁକ୍ରେନ ଉପରେ ପରମାଣୁ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ରୁଷ ।  ଏ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ପରମାଣୁ ଆକ୍ରମଣ ଲାଗି ବଡ଼ ଧରଣର ଅଭ୍ୟାସ ଆରମ୍ଭ କରିଛି ରୁଷିଆ ସେନା । କିଛି ଦିନ ହେଲା ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ ଲାଗି ଧମକ ଦେବା ପରେ ଅଭ୍ୟାସ ଲାଗି ରୁଷ୍ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ପୁଟିନ୍ । କ୍ରେମଲିନ୍ ପକ୍ଷରୁ କୁହାଯାଇଛି, ରାଷ୍ଟ୍ରପତି ପୁଟିନଙ୍କ ନେତୃତ୍ୱରେ ରୁଷ ସେନା ବାଲାଷ୍ଟିକ୍ ଓ କ୍ରୁଜ୍ ମିସାଇଲ୍ ଅଭ୍ୟାସ ଆରମ୍ଭ କରିଛି । ପରମାଣୁ ଅସ୍ତ୍ର ବହନ କରୁଥିବା ମିସାଇଲ ବ୍ୟବହାର ପାଇଁ ଅଭ୍ୟାସ କରାଯାଇଛି । କ୍ଷେପଣାସ୍ତ୍ରଗୁଡିକ ପରୀକ୍ଷଣ ମଧ୍ୟ କରାଯାଇଛି । କଂଟ୍ରୋଲ ରୁମରେ ବସି ଏହି ଯୁଦ୍ଧାଭ୍ୟାସର ଅନୁଧ୍ୟାନ କରିଛନ୍ତି ପୁଟିନ୍ । ବୁଡାଜାହାଜରୁ ମିସାଇଲ ପରୀକ୍ଷଣର ଫଟୋଚିତ୍ର ରୁଷିଆ ସରକାରଙ୍କ ଦ୍ୱାରା ପରିଚାଳିତ ଗଣମାଧ୍ୟମ ପକ୍ଷରୁ ଜାରି କରାଯାଇଛି । ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ଆଜି ଭାରତ, ଚୀନ ସମେତ କିଛି ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଫୋନରେ କଥା ହୋଇଛନ୍ତି । ସେ କହିଛନ୍ତି, ୟୁକ୍ରେନ ଏକ ଭୟଙ୍କର ବୋମା ତିଆରି କରୁଛି ।

ଯାହାକୁ ଡାର୍ଟି ବୋମା ବୋଲି କହିଛି ରୁଷିଆ । ସେ ଅଭିଯୋଗ କରିଛନ୍ତି, ଭୟଙ୍କର ଆକ୍ରମଣ ପାଇଁ ୟୁକ୍ରେନ ଯୋଜନା କରୁଛି, ଯାହା ଚିନ୍ତାଜନକ । ସେପଟେ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ଆମେରିକା ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି ମିଛ ଦୋଷ ଲଦି ପରମାଣୁ ଆକ୍ରମଣ ପାଇଁ ଯୋଜନା କରୁଛି ରୁଷିଆ । ଯଦି ରୁଷିଆ ଏପରି କରେ, ତେବେ ତାହାର ସାଂଘାତିକ ପରିଣାମ ଭୋଗିବ କ୍ରେମଲିନ୍ ।

Related Articles

Back to top button
WP Twitter Auto Publish Powered By : XYZScripts.com