Featuredଜାତୀୟ

ପୁଣି ଥରେ ଦୁର୍ଘଟଣାର ଶିକାର ହେଲା ବନ୍ଦେ ଭାରତ ଟ୍ରେନ୍, ଗାଈକୁ ଧକ୍କା ଦେବାରୁ ଭାଙ୍ଗିଲା ଟ୍ରେନର ଆଗ ଭାଗ

ଭୁବନେଶ୍ୱର: ବନ୍ଦେ ଭାରତ ଟ୍ରେନ୍ ପୁଣି ଏକ ଦୁର୍ଘଟଣାର ଶିକାର ହୋଇଛି। ଗୁଜୁରାଟର ଭାଲସାଦରେ (Valsad) ବନ୍ଦେ ଭାରତ ଟ୍ରେନ୍ ଏକ ଗାଈକୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଟ୍ରେନର ଆଗ ଭାଗ ଭାଙ୍ଗି ଯାଇଛି ।

ଭାଲସାଦର ଅତୁଲ ଷ୍ଟେସନ (Atul Station) ନିକଟରେ ବନ୍ଦେ ଭାରତ ଟ୍ରେନ ଦୁର୍ଘଟଣା ଘଟିଛି। ଟ୍ରେନ୍ ଦୁର୍ଘଟଣା ଘଟିବା ମାତ୍ରେ ରେଳ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଟ୍ରେନର ଇଞ୍ଜିନ ନିକଟରେ ଥିବା ତଳ ଅଂଶ ନଷ୍ଟ ହୋଇଯାଇଛି।

ଭାରତୀୟ ରେଳ ଅନୁଯାୟୀ, ଆଜି (ଶନିବାର) ସକାଳ ପ୍ରାୟ ୮.୧୭ ସମୟରେ ବନ୍ଦେ ଭାରତ ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇଥିଲା। ଟ୍ରେନ୍ ଟି ମୁମ୍ବାଇରୁ ଗାନ୍ଧିନଗର ଯାଉଥିଲା।

ଦୁର୍ଘଟଣା ପରେ ପ୍ରାୟ ୧୫ ମିନିଟ୍ ପାଇଁ ଟ୍ରେନ୍ ଟି ଟ୍ରାକରେ ଅଟକି ରହିଥିଲା। ଦୁର୍ଘଟଣା ପରେ ଭାରତୀୟ ରେଳ ପକ୍ଷରୁ କୁହାଯାଇଛି ଯେ ଟ୍ରେନରେ କୌଣସି କ୍ଷୟକ୍ଷତି ହୋଇନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com