Featuredଜାତୀୟରାଜନୀତି

ଉପ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କୁ Y+ ସିକ୍ୟୁରିଟି

ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ଗୃହ ମନ୍ତ୍ରୀ ଦେବେନ୍ଦ୍ର ଫଡଣବିସଙ୍କ ପତ୍ନୀ ଅମୃତା ଫଡଣବିସଙ୍କ ସୁରକ୍ଷା ବଢାଇ ଦିଆଯାଇଛି। ଅମୃତା ଫଡଣବିସଙ୍କୁ ପୂର୍ବରୁ ଏକ୍ସ କାଟାଗୋରୀର ସୁରକ୍ଷା ଯୋଗାଇ ଦିଆଯାଇଥିଲା। ତେବେ ସୁରକ୍ଷା ସଂପର୍କିତ ଆଶଙ୍କାକୁ ଦୃଷ୍ଟିରେ ରଖି ତାଙ୍କୁ ବର୍ତ୍ତମାନ ଓ୍ଵାଇ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଏପରିକି ତାଙ୍କୁ ଟ୍ରାଫିକ କ୍ଲିୟରାନ୍ସ ହ୍ଵିକିଲର ସୁରକ୍ଷା ଦେବାକୁ ବି ନିଷ୍ପତ୍ତି ନିଆଯାଇଛି। ଯଦ୍ଵାରା କେଉଁଠି କି ବି ଯାତାୟତ ସମ୍ବନ୍ଧିତ ସୁରକ୍ଷାକୁ ସୁନିଶ୍ଚିତ କରାଯାଇ ପାରିବ। ଅମୃତା ଫଡଣବିସଙ୍କୁ ଓ୍ଵାଇ ପ୍ଲସ ଶ୍ରେଣୀର ସୁରକ୍ଷା ମିଳିବା ସହିତ ଏସ୍କର୍ଟ ହ୍ଵିକିଲ୍ ସହିତ ତାଙ୍କ ସୁରକ୍ଷାରେ ୨୪ ଘଣ୍ଟା ୫ ଜଣ ପୋଲିସକର୍ମୀ ମୁତୟନ ରହିବେ। ମୁମ୍ବାଇ ପୋଲିସର ସୁରକ୍ଷା ବିଭାଗ ଏହି ବାବଦରେ ଟ୍ରାଫିକ ବିଭାଗକୁ ଜରୁରୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଅମୃତ ଫଡଣବିସ ଟ୍ରାଫିକ କ୍ଲିୟରାନ୍ସ ହ୍ଵିକିଲର ବ୍ୟବହାର ଆରମ୍ଭ କରି ନାହାନ୍ତି। ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁସାରେ, ପୋଲିସ ଅଧିକାରୀ କହିଛନ୍ତି, ସାଧାରଣତଃ ଟ୍ରାଫିକ କ୍ଲିୟରାନ୍ସ ହ୍ଵିକିଲର ସୁବିଧା ସାମ୍ବିଧାନିକ ପଦରେ ବସିଥିବା ବ୍ୟକ୍ତିଙ୍କୁ ହିଁ ଦିଆଯାଏ। ଏହି ମାମଲାରେ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ଗୃହ ମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ କହିଛନ୍ତି ଯେ, ଅମୃତା ଫଡଣବିସ ତାଙ୍କ ସୁରକ୍ଷା ବଢାଇବାକୁ ଦାବି କରି ନଥିଲେ। ବିପଦ ଆଶଙ୍କାକୁ ଦୃଷ୍ଟିରେ ରଖି ଉଚ୍ଚ ଅଧିକାରୀ ପ୍ରାପ୍ତ କମିଟି ଏହି ନିଷ୍ପତ୍ତି ନେଇଛନ୍ତି। ଟ୍ରାଫିକ କ୍ଲିୟରାନ୍ସ ହ୍ଵିକିଲ୍ ପାଇଁ ଏବେ ବି ଆବେଦନ କରାଯାଇ ନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com