ଜାତୀୟ

ଯୋଗୀଙ୍କ ଜୀବନକୁ ବିପଦ ଥିବା ନେଇ ଆସିଲା ଧମକପୂର୍ଣ୍ଣ ଟୁଇଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମୃତ୍ୟୁ ଧମକ ଦିଆଯାଇଛି। ଟୁଇଟରରେ ଲେଡି ଡନ ନାମକ ଟୁଇଟର ହ୍ୟାଣ୍ଡେଲରୁ ଯୋଗୀଙ୍କୁ ହତ୍ୟା କରିବାର ଧମକ ଆସିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ବିଭାଗରେ ଆଲୋଡ଼ନ ‌ଖେଳିଯାଇଛି। ଏବଂ ହାପୁଡ଼ ଜିଲ୍ଲା ପୁଲିସ ଏ ବାବଦରେ ଏକ ମାମଲା ରୁଜୁ କରିଛି।

ଏହି ଧମକପୂର୍ଣ୍ଣ ଟ୍ୱିଟରେ ଲେଖାଯାଇଛି ଯେ ଓବିସି ତ ଏକ ମାଧ୍ୟମ ପ୍ରକୃତ ଲକ୍ଷ୍ୟ ହେଉଛନ୍ତି ଯୋଗୀ ଆଦିତ୍ୟନାଥ । ବିଜେପିର ସମସ୍ତ ଗାଡି ଉପରେ ଆରଡିଏକ୍ସରେ ଆକ୍ରମଣ ହେବ।

ଉତ୍ତରପ୍ରଦେଶ ପୁଲିସକୁ ଟ୍ୟାଗ୍ କରି ଆହୁରି ଲେଖାଯାଇଛି ଯେ ‘ତୁମ ଦଳକୁ ଲଗାଅ। ଦିଲ୍ଲୀକୁ ଦେଖ ନାହିଁ …। ‘

ସେହିପରି ଆଲିଗଡ ପୁଲିସକୁ ଟ୍ୟାଗ୍ କରି ଲେଖା ହୋଇଛି,‘ ଯୋଗୀ ଆଦିତ୍ୟନାଥଙ୍କ ଜୀବନ ବିପଦରେ ଅଛି।’

ଧମକପୂର୍ଣ୍ଣ ଟ୍ୱିଟରେ ଏହା ମଧ୍ୟ ଲେଖାଯାଇଛି ଯେ, ‘ଯୋଗୀ ଆଦିତ୍ୟନାଥ ସୂର୍ଯ୍ୟ ଦେଖି ପାରିବେ ନାହିଁ। ଉତ୍ତରପ୍ରଦେଶର ମେରଠ ବାସିନ୍ଦା ସୀମା ସିଂ ମାନବ ବୋମା ରୂପେ ଆସୁଛି। ଯିଏକି ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ହତ୍ୟା କରିବ ।’

ଏହି ଟୁଇଟକୁ ନେଇ ଅଭିଯୋଗ କରିବା ପରେ ହାପୁଡ଼ ପୁଲିସ ଟ୍ୱିଟରରେ ଉତ୍ତର ଦେଇଛି ଏବଂ ଏହାର ତଦନ୍ତ କରିବାକୁ କହିଛି। ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଏହି ନାମର ଟ୍ୱିଟର ହ୍ୟାଣ୍ଡେଲ ବର୍ତ୍ତମାନ ଦୃଶ୍ୟମାନ ହେଉନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com