![](https://i0.wp.com/odia.mobilenews24x7.com/wp-content/uploads/2022/11/208967-a8e00ccc6650e9358a1ec689c882fec9-1655798676.webp?resize=780%2C470&ssl=1)
ଦିଲ୍ଲୀ ନଗର ନିଗମ (ଏମସିଡି) ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଦିଲ୍ଲୀ ନିର୍ବାଚନ ଆୟୋଗ ବିଜୟ ଦେବ ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି କି ନଭେମ୍ବର ୭ ତାରିଖରେ ଏଥିପାଇଁ ନାମାଙ୍କନ ଆରମ୍ଭ ହେବ ଓ ନଭେମ୍ବର ୧୪ ତାରିଖରେ ନାମଙ୍କନ ଶେଷ ହେବ । ଏହାପରେ ଡିସେମ୍ବର ୪ ତାରିଖରେ ଭୋଟ ଗ୍ରହଣ ହେବ ୭ ତାରିଖରେ ଫଳାଫଳ ଘୋଷଣା କରାଯିବ । ବିଜୟ ଦେବ କହିଛନ୍ତି କି ଦିଲ୍ଲୀର ମୋଟ ୯୮ ଟି ବିଧାନସଭା କ୍ଷେତ୍ର ନଗର ନିଗମ ପରିସରକୁ ଆସୁଛି । ଏଥିରେ ୨୫୦ ଟି ୱାର୍ଡ ରହିଛି । ଏହି ଭୋଟିଂ ପ୍ରକ୍ରିୟା ପୂର୍ବଥର ଭଳି ଇଭିଏମ ସହାୟତାରେ ହେବ ଓ ଏଥିପାଇଁ ୫୦ ହଜାର ଇଭିଏମ ମେସିନ ବ୍ୟବହାର କରାଯିବ ।