Featuredଜାତୀୟଜୀବନଶୈଳୀ

ଲିଭ୍‌ଇନରେ ଥିଲେ, ବିବାହ କଲେ ୫୦୧ ଯୋଡ଼ି

ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ବିବାହ କଲେ ଲିଭଇନରେ ରହିଆସୁଥିବା ୫୦୧ ଯୋଡ଼ି । ଏଭଳି ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି ଝାରଖଣ୍ଡ ଜିଲ୍ଲାର ଖୁଂଟି ଜିଲ୍ଲାରେ । ଦୀର୍ଘଦିନ ଧରି ଏମାନେ ଲିଭଇନରେ ରହିଆସୁଥିଲେ । ଶେଷରେ ସେମାନଙ୍କର ସାମୂହିକ ବିବାହ ସମ୍ପନ୍ନ ହୋଇଛି । ଏହି ବିବାହ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏବଂ ତାଙ୍କ ଧର୍ମପତ୍ନୀ ମୀରା ମୁଣ୍ଡା । ତେବେ ବିବାହ ହୋଇଥିବା ଯୋଡ଼ିଙ୍କ ମଧ୍ୟରେ ୨୦ରୁ ନେଇ ୭୦ ବର୍ଷର ସ୍ତ୍ରୀ ଓ ପୁରୁଷ ରହିଥିଲେ । ତେବେ କୁହାଯାଉଛି ଯେ ସାମୁହିକ ବିବାହ କରିଥିବା ଅନେକ ଯୋଡି ମାତା ପିତା ମଧ୍ୟ ହୋଇସାରିଛନ୍ତି । ଆଉ ସବୁଠୁ ବଡ କଥା ହେଲା ଏହି ବିବାହ ଉତ୍ସବରେ ସେମାନଙ୍କର ସନ୍ତାନ ମଧ୍ୟ ଉପସ୍ଥିତ ରହିଥିଲେ । ଏହାର ଆୟୋଜନ ସ୍ୱେଚ୍ଛାସେବୀ ସଙ୍ଗଠନ ବୃଷ୍ଟି ଗ୍ରୀନ ଫାର୍ମସ ତରଫରୁ କରାଯାଇଥିଲା । ଆଦିବାସୀ ଅଞ୍ଚଳରେ ଏହି ସମ୍ପର୍କ ଢୁକୁ ନାମରେ ଜଣାଯାଏ। ଏହି ଯୋଡ଼ି ଗୋଟିଏ ଛାତ ତଳେ ଏକାଠି ବର୍ଷ ବର୍ଷ ଧରି ରହିଆସୁଥିସଲେ । ହେଲେ ନିଜ ସମ୍ପର୍କକୁ ବିବାହର ନାମ ଦେଇପାରୁନଥିଲେ । ତେବେ ଢୁକୁ ପରମ୍ପରା ପଛରେ ବଡ଼ କାରଣ ହେଉଛି ଆର୍ଥିକ ଅଭାବ।

ପ୍ରକୃତରେ ଆଦିବାସୀ ସମାଜରେ ଏହା ବାଧ୍ୟତାମୂଳକ ଯେ ବିବାହରେ ସମଗ୍ର ଗାଁକୁ ଭୋଜିର ବ୍ୟବସ୍ଥା କରିବାକୁ ପଡ଼ିଥାଏ। କିନ୍ତୁ ଅନେକ ଲୋକ ଗରିବି କାରଣରୁ ଏହା କରିପାରନ୍ତି ନାହିଁ । ଏହି କାରଣରୁ ବିବାହ ନକରି ଏକାଠି ରହିଥାନ୍ତି। ସାମାଜିକ ପ୍ରଥା ଅନୁଯାୟୀ, ବିବାହ ହୋଇନଥିବା କାରଣରୁ ଏମାନଙ୍କ ସନ୍ତାନଙ୍କୁ ଜମି-ସମ୍ପତ୍ତି ଉପରେ ଅଧିକାର ମିଳିପାରିନଥାଏ। ଏମିତିରେ ପିଲାଙ୍କୁ ବାପାଙ୍କ ନାମ ମଧ୍ୟ ମିଳିପାରିନଥାଏ।

ଏହି ଢୁକୁ ପ୍ରଥାରେ ମହିଳାଙ୍କୁ ସିନ୍ଦୂର ଲଗାଇବାକୁ ଅନୁମତି ନଥାଏ। ତେବେ ବର୍ଷ ବର୍ଷ ଧରି ଏକାଠି ରହିଆସୁଥିବା ଦମ୍ପତିଙ୍କୁ ସାମାଜିକ ଏବଂ ଆଇନ ମାନ୍ୟତା ଦେବା ପାଇଁ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com