ଓଡ଼ିଶା

ବାଘ ଗଣନା ସମୟରେ ପୁଣି ଅଘଟଣ, ହାତୀ ଆକ୍ରମଣରେ ଫରେଷ୍ଟର ଗୁରୁତର

କରଞ୍ଜିଆ: ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ସମୟରେ ପୁଣି ଅଘଟଣ । ଗଣନା ବେଳେ ହାତୀ ଆକ୍ରମଣରେ ଫରେଷ୍ଟର ଗୁରୁତର ହୋଇଛନ୍ତି । ଦୁଇ ଦିନ ତଳେ ଭାଲୁ ଆକ୍ରମଣରେ ଦୁଇ ଜଣ ଆହତ ହେଇଥିଲେ ।

ସୂଚନାଯୋଗ୍ୟ ଯେ, ଗୁରୁବାର ସନ୍ଧ୍ୟାରେ ହାତୀ ଆକ୍ରମଣରେ ତରୁଣ ଦାସ ନାମକ ଜଣେ ଫରେଷ୍ଟର ଗୁରୁତର ହୋଇଛନ୍ତି । ଚହଲା ରେଞ୍ଜ ଅଞ୍ଚଳରେ ବାଘ ଗଣନା ସାରି ଫେରିବା ସମୟରେ ହଳଦିଆ ସେକ୍ସନ ନିକଟରେ ହାତୀପଲଙ୍କ ହାବୁଡ଼ରେ ପଡି ଯାଇଥିଲେ ତରୁଣ । ହାତୀ ଆକ୍ରମଣରେ ତାଙ୍କ ଗୋଡ଼ ଭାଙ୍ଗିଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଯଶୀପୁର ମେଡ଼ିକାଲ ଓ ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି ବୋଲି ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ସହକାରୀ ବନ୍ୟ ସଂରକ୍ଷକ ପ୍ରଦୀପ କୁମାର ଦେ ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com