୧୫ ମିନିଟ୍ରେ ତିଆରି ହେବ ୧୦ ହଜାର କାଗଜ ଡଙ୍ଗା
![](https://i0.wp.com/odia.mobilenews24x7.com/wp-content/uploads/2022/06/830231-baliyatra.webp?resize=780%2C470&ssl=1)
କଟକ, ୦୫/୧୧/୨୦୨୨ – ମାତ୍ର ୧୫ ମିନିଟ୍ ମଧ୍ୟରେ ତିଆରି ହେବ ୧୦ ହଜାର କାଗଜ ଡଙ୍ଗା । ଆଉ ଏହି କୀର୍ତ୍ତିମାନ ସ୍ଥାନ ପାଇବ ଗିନିଜ ବୁକ ଅଫ ରେକର୍ଡରେ । ଏପରି ଏକ ପରିକଳ୍ପନା କରି କଟକ ମହାନଗର ନିଗମ ଜୋରଦାର ପ୍ରସ୍ତୁତି ଚଲାଇଛି । ଏଥିପାଇଁ ଶନିବାର ସିଏମସିର ସମସ୍ତ କର୍ପୋରେଟର ମାନଙ୍କୁ ତାଲିମ ଦିଆଯାଇଛି । ଏହି ଡଙ୍ଗା ନିର୍ମାଣରେ ସବୁ ବର୍ଗର ଲୋକଙ୍କୁ ସାମିଲ କରାଯିବ । ଏଥିସହ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ମାନଙ୍କର ସ୍ୱତନ୍ତ୍ର ସହାୟତା ନିଆଯିବ ବୋଲି କହିଛନ୍ତି ମେୟର ।
ଆସନ୍ତା ୧୨ତାରିଖରେ ବାରବାଟୀ ଷ୍ଟାଡିୟମରେ ନିର୍ମାଣ ହେବ ଡଙ୍ଗା । ଏହା ଦ୍ୱାରା ଆମ କଟକ ତଥା ରାଜ୍ୟ ବିଶ୍ୱଦରବାରରେ ଅଧିକ ପରିଚିତି ଲାଭ କରିବ ବୋଲି କହିଛନ୍ତି କର୍ପୋରେଟର । ସିଏମସିର ଏହି ପଦେକ୍ଷପକୁ ନେଇ ସାଧାରଣରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସେପଟେ କାତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହେବାକୁ ଯାଉଥିବା ଵାଲିଯାତ୍ରାରେ ଅନେକ ନୂଆ ଫର୍ଦ୍ଦ ଯୋଡି ହେଵ । ଏଥି ମଧ୍ୟରୁ ଅନ୍ୟତମ ହେଉଛି ମହାନଦୀର ନୀଳ ଜଳରାଶିରେ ଲେଜର ଓ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ । କଟକ ଏବଂ ଓଡିଶାର ଐତିହ୍ୟ ,ପରମ୍ପରାକୁ ନେଇ ପ୍ରଦର୍ଶିତ ହେଉଛି ଏହି ଲାଇଟ୍ ଏଣ୍ଡ ସାଉଣ୍ଡ ସୋ । ଏହି ସୋ ପାଇଁ କୋଟିଏ ଟଙ୍କା ଖର୍ଚ୍ଚ ହେବ ଵୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।