ବାଣିଜ୍ୟ

ପୁଣି ବଢିଲା ରେପୋ ରେଟ୍‌

ନୂଆଦିଲ୍ଲୀ, ୦୭/୧୨/୨୦୨୨ –   ରେପୋ ରେଟ୍ ବୃଦ୍ଧି କଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ମନିଟାରୀ ପଲିସି ବୈଠକ ପରେ ଏହି ଘୋଷଣା କରିଛନ୍ତି RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ରେପୋ ରେଟ୍ ୦.୩୫ ପ୍ରତିଶତ ବୃଦ୍ଧି ପାଇ ୫.୯୦ରୁ ବଢ଼ି ୬.୨୫ ପ୍ରତିଶତରେ ପହଞ୍ଚିଛି । ବିଶ୍ବ ଅର୍ଥନୈତିକ ଚିନ୍ତାଧାରା ମଧ୍ୟରେ ମୁଦ୍ରାସ୍ଫୀତିର ମୁକାବିଲା ପାଇଁ RBI ଏହି ନିଷ୍ପତ୍ତି ନେଇଛି । ମୁଦ୍ରା ନୀତି କମିଟି ବୈଠକରେ ମୂଲ୍ୟାଙ୍କନକୁ ଆଧାର କରି ଏପରି ନିଷ୍ପତ୍ତି ନିଆଯାଇଛି । ଏହାର ପ୍ରଭାବରେ ସବୁ ପ୍ରକାର ଋଣ ମହଙ୍ଗା ହେବ । ସେପଟେ ୨୦୨୨-୨୩ ଆର୍ଥିକବର୍ଷ ପାଇଁ ଭାରତର ଅଭିବୃଦ୍ଧି ଆକଳନ ବଢ଼ାଇଛି ବିଶ୍ୱ ବ୍ୟାଙ୍କ । ବ୍ୟାଙ୍କ ଦେଶର ଜିଡିପି ପୁର୍ବାନୁମାନକୁ ୬.୫ରୁ ୬.୯ ପ୍ରତିଶତକୁ ବୃଦ୍ଧି କରିଛି । ଗତ ଅକ୍ଟୋବରରେ ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବଂ ବିଶ୍ୱ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ଭାରତର ଅଭିବୃଦ୍ଧି ହାର ୭.୧ ପ୍ରତିଶତ ରୁ ୬.୫ ପ୍ରତିଶତକୁ ହ୍ରାସ କରିଥିଲା । ଏବେ ପୁଣିଥରେ ବିଶ୍ୱବ୍ୟାଙ୍କ ଚଳିତ ଆର୍ଥିକ ବର୍ଷରେ ଭାରତରେ ମୁଦ୍ରାସ୍ଫୀତି ହାର ୭.୧ ପ୍ରତିଶତ ରହିବ ବୋଲି କହିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com