Featuredଜାତୀୟରାଜନୀତି

ତ୍ରିପୁରାରେ ମାକପା ଏବଂ ବିଜେପି କର୍ମୀ ମୁହାଁମୁହିଁ

ତ୍ରିପୁରା ଖୋବାଇ ଜିଲ୍ଲାର ତିଲିଆମୁରାରେ ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି ଏବଂ ଭାରତୀୟ ଜନତା ପାର୍ଟି ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ବର୍ତ୍ତମାନ ସୁଦ୍ଧା ୯ ଜଣ ଆହତ ହୋଇଛନ୍ତି । ସାଧାରଣ ଲୋକଙ୍କ ସହ ଅନେକ ପୋଲିସକର୍ମୀ ମଧ୍ୟ ଆହତ ହୋଇଛନ୍ତି । ପୋଲିସ ରବିବାର ଏନେଇ ବିସ୍ତୃତ ସୂଚନା ଦେଇଛି । ସୂଚନା ଅନୁସାରେ ମାକପା ନେତା ଏବଂ ତାଙ୍କ ସମର୍ଥକ ଶନିବାର ରାଜଧାନୀ ଅଗରତାଲାରୁ ୩୦ କିମି ଦୂରରେ ଥିବା କରୋଇଲୋଂଗରେ ଗୋଟିଏ ବୈଠକରେ ଏକତ୍ରିତ ହୋଇଥିଲେ । ଯେତେବେଳେ ବୈଠକ ଚାଲିଥିଲା ସେତେବେଳେ କିଛି ଯୁବକ ଆଚାନକ ଆକ୍ରମଣ କରିଥିଲେ । ତେବେ ପ୍ରତିପକ୍ଷ ଆକ୍ରମଣକୁ ରୋକିବା ପାଇଁ ଉଦ୍ୟମ ବେଳେ ଉଭୟ ପକ୍ଷ ସାମ୍ନାସାମ୍ନି ହୋଇଯାଇଥିଲେ । ତିଲିୟାମୁରା ଉପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରସୁନ ତ୍ରିପୁରା କହିଛନ୍ତି, ଏହି ହିଂସାକାଣ୍ଡରେ ସୁରକ୍ଷା ପାଇଁ ନିୟୋଜିତ ୨ ପୋଲିସ କର୍ମୀଙ୍କ ସମେତ ୯ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସବାହିନୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି । ସମସ୍ତ ଆହତଙ୍କୁ ତିଲିୟାମୁରାରେ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ୩ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଅଗରତାଲାର ସ୍ଥାନାନ୍ତର କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com