Featuredରାଜନୀତି

ଏଣିକି ହେବ ଏକକ ନିର୍ବାଚନ!

 

ଦେଶରେ ହେବ ଆଗୁଆ ନିୂର୍ବାଚନ । ଏଭଳି ଚର୍ଚ୍ଚା ଏବେ ଜୋର୍ । ଚଳିତ ମାସ ୧୮ରୁ ୨୨ ତାରିଖ ଯାଏଁ ସଂସଦର ସ୍ୱତନ୍ତ୍ର ଆଧିବେଶନ ଡାକିଛନ୍ତି କେନ୍ଦ୍ର ସରକାରା ଏନେଇ ଗୁରୁବାର ଅପରାହ୍ନରେ ସୂଚନା ଆସିବାରେ ଚର୍ଚ୍ଚାକୁ ଆହୁରି ଖୋରାକ ମିଳିଯାଇଥିଲା । ରିପୋର୍ଟ ଅନୁସାରେ ସ୍ୱତନ୍ତ୍ର ଅଧିବେଶନରେ ୫ଟି ବୈଠକ ବସିବ । କେନ୍ଦ୍ର ସରକାର ୱାନ ନେସନ ୱାନ ଇଲେକ୍ସନ ବିଲ ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଯାହାର ଅର୍ଥ ହେଲା ଦେଶରେ ସବୁ ନିର୍ବାଚନ ଗୋଟିଏ ଥରରେ ହିଁ ହେବ । ଶୁକ୍ରବାର ୱାନ ନେସନ ୱାନ ଇଲେକ୍ସନ ବା ଏକକ ନିର୍ବାଚନକୁ ନେଇ ପାଦେ ଆଗକୁ ବଢିଛନ୍ତି କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଠନ ହୋଇଛି କମିଟି ।

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । ଏହି କମିଟିର ସଦସ୍ୟ କିଏ କିଏ ରହିବେ ସେ ସମ୍ପର୍କରେ ଖୁବ ଶୁଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । କମିଟି ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କରିବ । ତେବେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନେଇ ଦୀର୍ଘଦିନ ହେଲା ବିତର୍କ ହୋଇ ଆସୁଛି । ଏନେଇ ଚଳିତବର୍ଷ ଜାନୁାରୀରେ ଆଇନ କମିଶନ ରାଜନୈତିକ ଦଳକୁ ୬ଟି ପ୍ରଶ୍ନ ପଚାରି ଉତ୍ତର ମାଗିଥିଲେ । କେନ୍ଦ୍ର ସରକାର ଏହାକୁ ଲାଗୁ କରିବାକୁ ଚାହୁଁଥିବା ବେଳେ ଆପ ସମେତ ଅନେକ ରାଜନୈତିକ ଦଳ ଏହାକୁ ବିରୋଧ କରୁଛନ୍ତି । ସେହିପରି ସମ୍ବିଧାନର ଅନୁଚ୍ଛେଦ ୮୫ ଅନୁସାରେ ସରକାର ସଂସଦରେ ସ୍ୱତନ୍ତ୍ର ଅଧିବେଶନ ଡାକିଚନ୍ତି ।

ତେବେ କେନ୍ଦ୍ର ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାର ଗୋଟିଏ ଦିନ ପରେ ଏହି ପଦକ୍ଷେପ ନିଆଯାଇଛି । ଆଉ ଯାହାର ଏଜେଣ୍ଡା ଗୁପ୍ତ ରହିଛି । ଫଳରେ କେନ୍ଦ୍ର ସରକାର କିଛି ବଡ ଯୋଜନାରେ ଅଛନ୍ତି ବୋଲି ଏବେ ଚର୍ଚ୍ଚା ଜୋର ଧରିଛି । ସେହିପରି ସଂସଦର ସ୍ୱତନ୍ତ୍ର ଅଧିବେସନକୁ ନେଇ ମଧ୍ୟ ସାଧାରଣରେ ଅନେକ ପ୍ରଶ୍ନ ଉଙ୍କି ମାରିଛି । କାହିଁକି କେନ୍ଦ୍ର ସରକାର ଡାକିଲେ ସଂସଦର ସ୍ୱତନ୍ତ୍ର ଅଧିବେସନ । କଣ ରହିବ ଏହାର ଆଭିମୁଖ୍ୟ । ଧାର୍ଯ୍ୟ ସମୟ ପୂର୍ବରୁ ଭଙ୍ଗ ହେବ କି ଲୋକସଭା । ଚଳିତ ବର୍ଷ ହିଁ ସାଧାରଣ ନିର୍ବାଚନ ଚାହିଁଛନ୍ତି କି କେନ୍ଦ୍ର ସରକାର । ଏଭଳି ତମାମ ପ୍ରଶ୍ନ ଦେଶ ରାଜନୀତିରେ ଦେଖିବାକୁ ମିଳୁଛି

। ଗୋଟେପଟେ ଆଇଏନଡିଆଇଏ ମେଂଟ ମୁମ୍ବାଇରେ ତାର ତୃତୀୟ ବୈଠକ କରୁଥିବା ବେଳେ ଏପଟେ କେନ୍ଦ୍ର ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ଯାହାକୁ ନେଇ ସଂଶୟରେ ବିରୋଧୀ । ସେପଟେ ଚର୍ଚ୍ଚା ଜୋର ଧରିଛି ଯେ ସ୍ୱତନ୍ତ୍ର ଅଧିବେଶନ ବେଳେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ ଆଣି ମାଷ୍ଟଷ୍ଟ୍ରୋକ ମାରି ପାରନ୍ତି କେନ୍ଦ୍ର ସରକାର । ହେଲେ ଏଭଳି ସ୍ଥିତିରେ ସଂସଦର ସ୍ୱତନ୍ତ୍ର ଅଧିବେଶନରେ କଣ ହେବ ତାକୁ ନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com