ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ମାଣବସା ଗୁରୁବାର କାହିଁକି ଓଡ଼ିଆ ଘରର ବୋହୂ କାହିଁକି ପାଳେ ?

ଭୁବନେଶ୍ୱର,୧୦/୧୧ /୨୦୨୨- ମାଣବସା କୁ ଓଡ଼ିଶାରେ  ନୀତି ନିୟମରେ ପାଳନ କରାଯାଏ। ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ପୂଜା କରାଯାଏ। ମାର୍ଗଶିର ମାସରେ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରିଥାନ୍ତି। ଏହି ପୂଜା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ। ଓଡ଼ିଶା  ରେ ପାଳନ ହେଉଥିବା ସବୁ ପର୍ବପର୍ବାଣୀ  କୌଣସି ନା କୌଣସି ପ୍ରକାରେ କୃଷି ସହିତ ଜଡିତ ହୋଇଥାଏ। ମାଣବସା ଗୁରୁବାର ଓଷା ସେହି ମଧ୍ୟରୁ ଗୋଟିଏ। ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ପୂଜା କରାଯାଏ। ମାର୍ଗଶିର ମାସରେ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରିଥାନ୍ତି। ଏହି ପୂଜା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ। ମାଣବସା ଓଷାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ।ଏହି ଓଷାକୁ ଓଡ଼ିଶା ର ସମସ୍ତ ଜାତିର ଲୋକେ ପାଳନ କରିଥାନ୍ତି। ମାର୍ଗଶିର ମାସରେ ପୂଜା ଘରକୁ ଧାନ ମେଣ୍ଟି ବା “ଧାନବେଣୀ”ରେ ସଜାଯାଇଥାଏ। ଧାନକେଣ୍ଡାକୁ ଗୁନ୍ଥି ଏହି ବେଣୀ ତିଆରି କରାଯାଏ।

ଚାଉଳ ଆଦି ଶସ୍ୟ ମାପିବା ପାଇଁ ମାଣ ବ୍ୟବହାର ହୋଇଥାଏ। ଏହି ଓଷାରେ ଧାନମାଣ ବସାଇ ତାହାକୁ ପୂଜା କରାଯାଉଥିବାରୁ ଓଷାଟି ମାଣବସା ନାମରେ ଜଣା।ଏହି ପର୍ବ ଓଡ଼ିଶାର ବିଭିନ୍ନ ଆଦିବାସୀ ସମାଜରେ ମଧ୍ୟ ପାଳିତ ହୋଇଥାଏ। ସାନ୍ତାଳମାନେ “ଇରୁ ମାମଣେ”, ଭୂୟାଁମାନେ “ମଗୁଶୀର ଗୁରୁବାର ହଲବା” ଆଦି ନାମରେ ଲକ୍ଷ୍ମୀ ପୂଜା କରିଥାନ୍ତି। ଏହି ସମୟରେ ସନ୍ତାନସନ୍ତତି ନଥିବା ନାରୀମାନେ ସନ୍ତାନ ଆଶାରେ କାଞ୍ଜି ଅଁଳା ବା”ଶୁଖୁଆ ବୋହୁ” ବା “ଷଠି ଓଷା” ମଧ୍ୟ କରିଥାନ୍ତି।ମାର୍ଗଶିର ମାସରେ ପ୍ରଥମ ଧାନ ଅମଳ ଆରମ୍ଭ ହୁଏ। ଚାଷୀ ଧାନ ଅମଳ କରି ଘରକୁ ଆଣିବା ଆଗରୁ ତା’ର ଘରଣୀ ଏଥିରୁ ଧଳାଧାନର ଶିଶା ବାଛି ଏଥିରେ ବେଣୀ ବାନ୍ଧି ମେଣ୍ଟି ବା ମେଣ୍ଟା ପ୍ରସ୍ତୁତ କରିଥାଏ। ଗୁରୁବାର ଓଷାର ପୂର୍ବଦିନରୁ ଘର ଦ୍ୱାର ଅଗଣା ଓ ଘର ଚାରିପାଖ ଗୋବର ମାଟିରେ ଲିପା ପୋଛା କରି ପରିଷ୍କାର କରିଥାଏ। ଅମଳ ପରେ ଖଳାରେ ଥିବା ଧାନ ଗଦାକୁ ଅନ୍ନ ଓ ଧନର ଦେବୀ ଲକ୍ଷ୍ମୀଙ୍କର ଆଶିଷ ବୋଲି ମାନି ଏହି ଓଷା ପାଳନ କରାଯାଇଥାଏ।

Related Articles

Back to top button
WP Twitter Auto Publish Powered By : XYZScripts.com