Featuredଜାତୀୟ

ବଦ୍ରିନାଥରେ ହୀମପାତ, ନଭେମ୍ବର ୧୯ରେ ବନ୍ଦ ହେବ କବାଟ

ବଦ୍ରିନାଥ ଧାମରେ ଏବେ ଥଣ୍ଡା ବଢିବା ସହିତ ବାହାରର ତୀର୍ଥ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ବଢିଛି। ଏଣୁ ଚଳିତବର୍ଷ ବଦ୍ରିନାଥଙ୍କ କବାଟ ବନ୍ଦ ହେବା ଦିନ ଧାମରେ ହଜାର ହଜାର ଭକ୍ତ ଥିବେ ବୋଲି ଅନୁମାନ କରାଯାଉଛି। ଚଳିତବର୍ଷ ନଭେମ୍ବର ୧୯ ତାରିଖରୁ ବଦ୍ରିନାଥଙ୍କ ମନ୍ଦିରର କବାଟ ବନ୍ଦ ହେବାକୁ ଯାଉଛି। ମଙ୍ଗଳବାର ମଧ୍ୟାହ୍ନ ପରେ ଗଣେଶ ମନ୍ଦିରର କବାଟ ବନ୍ଦ ପ୍ରକ୍ରିୟା ଆରମ୍ଭ ହେବ। ବଦ୍ରିନାଥ ଧାମର ଧର୍ମାଧିକାରୀ ରାଧାକୃଷ୍ଣ ଥପଲିୟାଲ ଏହି ସୂଚନା ଦେଇଛନ୍ତି।ହୀମପାତ ଓ ଥଣ୍ଡା ଯୋଗୁ ଶୀତକାଳ ନିମନ୍ତେ ମଙ୍ଗଳବାର ଗଣେଶ ମନ୍ଦିର କବାଟ ବନ୍ଦ ହେବାକୁ ଯାଉଥିବା ବେଳେ ଅନ୍ୟ ମନ୍ଦିର ମାନଙ୍କର କବାଟ ବନ୍ଦ ପ୍ରକ୍ରିୟାର ହେବାକୁ ଯାଉଛି। ବଦ୍ରିନାଥ ଧାମରେ ନଗର ପଞ୍ଚାୟତ ପକ୍ଷରୁ ମୁଖ୍ୟ ଛକରେ କାଠ ଜାଳି ଯାତ୍ରୀଙ୍କୁ ଉଷୁମ ପ୍ରଦାନ ଲାଗି ବ୍ୟବସ୍ଥା କରାଯାଇଛି।

Related Articles

Back to top button