ବିଜ୍ଞାନ ଓ ପ୍ରଯୁକ୍ତି

ପାକିସ୍ତାନରେ ଆଲ୍ଟୋ ମୂଲ୍ୟ ଏତେ ଟଙ୍କା ? ଦାମ ଜାଣିଲେ ମୁଣ୍ଡରେ ହାତ ଦେବେ

ଭୁବନେଶ୍ୱର: ଭାରତରେ ମାରୁତି ସୁଜୁକି ଆଲ୍ଟୋ ମୂଲ୍ୟ ପାଖାପାଖି ୪.୪ ଲକ୍ଷରୁ ଆରମ୍ଭ ହୋଇଛି କିନ୍ତୁ ଆପଣ ଅନୁମାନ କରିପାରିବେ କି ପାକିସ୍ତାନର ସୁଜୁକି ଆଲ୍ଟୋ ମୂଲ୍ୟ କେତେ ? ଆପଣ ହୁଏତ ଏହା ଅନୁମାନ କରିବାରେ ସମର୍ଥ ହୋଇନପାରନ୍ତି କାରଣ ଏହାର ମୂଲ୍ୟ ପାକିସ୍ତାନରେ ବହୁତ ଅଧିକ ।

ପାକିସ୍ତାନ ବଜାରରେ ସୁଜୁକି ଆଲ୍ଟୋ ମୂଲ୍ୟ ୧୬.୯୯ ଲକ୍ଷରୁ ଆରମ୍ଭ । ଏହି ମୂଲ୍ୟ ସୁଜୁକି ପାକିସ୍ତାନର ୱେବସାଇଟରୁ ନିଆଯାଇଛି। ଏଠାରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଆଲ୍ଟୋର EMI ମଧ୍ୟ ମାସକୁ ୩୫,୨୬୩ ରୁ ଆରମ୍ଭ ହେବ। ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ଏତେ ମୂଲ୍ୟବାନ ଆଲ୍ଟୋ ଅଛି, ତେବେ ଏଥିରେ ହୀରା ଅଛି କି ? ନା, ବାସ୍ତବରେ ପାକିସ୍ତାନରେ ମୁଦ୍ରାସ୍ଫୀତି ଅଧିକ ଏବଂ ସେଠାରେ ଥିବା ମୁଦ୍ରା ମଧ୍ୟ ଦୁର୍ବଳ । ସେଥପାଇଁ ଏହାର ଦାମ ଏତେ ।

 

Related Articles

Back to top button