ବିଜ୍ଞାନ ଓ ପ୍ରଯୁକ୍ତି

ଶେଷ ହେଲା ଧାମନଗର ଉପନିର୍ବାଚନ ମତଦାନ

ଭୁବନେଶ୍ୱର ,୦୩/୧୧/୨୦୨୨ –   ଧାମନଗର ଉପନିର୍ବାଚନ ପାଇଁ ସମାପ୍ତ ହୋଇଛି ମତଦାନ । ଇଭିଏମରେ ସିଲ ହୋଇଛି ନେତାଙ୍କ ଭାଗ୍ୟ  । ଏଥି ସହିତ ଧାମନଗର ନିଜର ନେତା ବାଛିବା ପକ୍ରିୟା ପୂର୍ଣ୍ଣ କରିଛି । ଶେଷ ସୂଚନା ମୁତାବକ ୬୬.୬୩ ପ୍ରତିଶତ ଭୋଟିଂ ହୋଇଛି । ଯେଉଁମାନେ ମତଦାନ କେନ୍ଦ୍ର ଭିତରେ ଏବେ ବି ରହିଛନ୍ତି ସେମାନେ  ଭୋଟ ଦେଉଛନ୍ତି । ଭୋଟ ଦାନ ପକ୍ରିଯା ଯଦି ବା ସପାପ୍ତ ହୋଇଛି କିନ୍ତୁ ପ୍ରବେଶ କରିଥିବା ମତଦାତାଙ୍କ ଭୋଟ ଦେବା ପର୍ଯ୍ୟନ୍ତ ପକ୍ରିୟା ଜାରି ରହିବ । ୨୦୧୯ ସାଧାରଣ ନିର୍ବାଚନରେ ଧାମନଗର ନିର୍ବାଚନ ମଣ୍ଡଳୀରେ ୭୨.୦୧ ପ୍ରତିଶତ ଭୋଟିଂ ହୋଇଥିଲା । ଚଳିତଥର ଏହାଠୁ ଅଧିକ କିମ୍ବା ପାଖାପାଖି ଭୋଟିଂ ହେବ ବୋଲି ଆଶା କରାଯାଉଛି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com