Breaking NewsFeaturedଅନ୍ତର୍ଜାତୀୟଜୀବନଶୈଳୀବାଣିଜ୍ୟବିଜ୍ଞାନ ଓ ପ୍ରଯୁକ୍ତି

ଏଣିକି ନୋ ଟେନସନ୍‌, ପକେଟ୍‌ରେ ରହିବ ହେଲମେଟ୍‌

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଟୁ-ହ୍ବିଲର୍‌ ଚଳାଇବାବେଳେ ହେଲମେଟ୍‌ ପିନ୍ଧିବା ଉଚିତ୍‌। ଅମାନିଆଙ୍କ ଲାଗି କଡ଼ାକଡ଼ି ମଧ୍ୟ ହୋଇଛି ନିୟମ। ତେବେ ସୁରକ୍ଷା ଦୃଷ୍ଟିରୁ ସାଇକେଲ ଚଲେଇବା ବେଳେ ମଧ୍ୟ ହେଲମେଟ ପିନ୍ଧିବା ଦରକାର। ହେଲେ ସାଇକେଲରୁ ଓହ୍ଲାଇଲା ପରେ ହେଲମେଟ୍‌କୁ ନେବା ଆଣିବା କଷ୍ଟକର ହୋଇଥାଏ। ଫଳରେ ଅନେକ ହେଲମେଟ୍‌ ବ୍ୟବହାର କରିବାକୁ କୁନ୍ଥକୁନ୍ଥ ହୋଇଥାନ୍ତି। କିନ୍ତୁ ଏବେ ସାଇକେଲ ଚାଳକଙ୍କ ପାଇଁ ଆସିଛି ଖୁସି ଖବର । କାରଣ ଏବେ ଭାରୀ ହେଲମେଟ ସାଙ୍ଗରେ ନେବାର ଆଉ ଚିନ୍ତା ରହିବ ନାହିଁ। ଖୁବଶୀଘ୍ର ଆସିବାକୁ ଯାଉଛି ଏକ  ବିଶେଷ ଧରଣର ହେଲମେଟ୍‌। ଏହି ହେଲମେଟକୁ ମୋଡ଼ିମାଡ଼ି ପକେଟରେ ନେଇହେବ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଖବରଟି ସତ। ବେଲୁନ୍ ପରି ଫୁଲିପାରୁଥିବା ହେଲମେଟର ବିଶେଷ ଗୁଣ ହେଉଛି ଏହା ସମସ୍ତଙ୍କ ମୁଣ୍ଡକୁ ଖାପ ଖୁଆଇ ପାରିବ।

Inflabi-Inflatable-Bike-Helmet-Deflated-Packed

ଜର୍ମାନୀର ଇନ୍‌ଫ୍ଲାବି କମ୍ପାନି ଏହି ହେଲମେଟକୁ ପ୍ରସ୍ତୁତ କରିଛି। ଏହି ହେଲମେଟ୍‌କୁ ଫୁଙ୍କି ବେଲୁନ୍‌ ପରି ଫୁଲାଇ ହେବ । ଯାହା ମୁଣ୍ଡକୁ ଧାତବ-ଫୋମ୍‌ ହେଲମେଟ୍‌ଠାରୁ ବି ୪ ଗୁଣ ଅଧିକ ସୁରକ୍ଷା ଦେଇପାରିବ ବୋଲି ଦାବି କରିଛି କମ୍ପାନି। ଏହା ବ୍ୟତୀତ ହେଲମେଟକୁ ସଂକୁଚିତ କରି ପକେଟରେ ନେଇହେବ। ଫଳରେ ଏହା ମୁଣ୍ଡକୁ ସୁରକ୍ଷା ଦେବା ସହ ସାଙ୍ଗରେ ନେବା ଆଣିବାରେ ମଧ୍ୟ ହେବ ସହଜ। ତେବେ ବର୍ତ୍ତମାନ ସୁଦ୍ଧା ବଜାରକୁ ଆସିନାହିଁ ଏପରି ହେଲମେଟ୍‌। ତେବେ ପରୀକ୍ଷାମୂଳକ ଭାବେ ଏହାର ପ୍ୟାଟେଣ୍ଟ ସରିଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

jordy and bryce

 

Related Articles

Back to top button
WP Twitter Auto Publish Powered By : XYZScripts.com