Featuredଅନ୍ତର୍ଜାତୀୟଜାତୀୟ

ଟ୍ରେଣ୍ଡିଂ କରୁଛି #RIP ଟ୍ୱିଟର

ଟ୍ୱିଟରରେ ଏବେ ଟ୍ୱିଟ୍‌କୁ ନେଇ ହଇଚଇ ସୃଷ୍ଟି ହୋଇଛି। ଏଲନ ମସ୍କଙ୍କ ଟ୍ୱିଟରରେ କାମ କରିବା ଲାଗି ତାଙ୍କ କଠୋର ନୀତିରେ ସହମତ ହେବା ଅଥବା କମ୍ପାନୀ ଛାଡିବାକୁ ନିର୍ଦ୍ଦେଶ ଦେବା ପରେ ଶହଶହ କର୍ମଚାରୀ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ଇସ୍ତଫା ଦେଇଛନ୍ତି। ତା ପରଠାରୁ ଟ୍ୱିଟରରେ #RIP ଟ୍ୱିଟର ଟ୍ରେଣ୍ଡ କରୁଛି। କାରଣ ଏଲନ ମସ୍କ ଭାରି ସଂଖ୍ୟାରେ କର୍ମଚାରୀଙ୍କ ଇସ୍ତଫା ଯୋଗୁ ଅସ୍ଥାୟୀ ରୂପେ କାର୍ଯ୍ୟାଳୟ ବନ୍ଦ କରିଦେଇଛନ୍ତି। ଗୁରୁବାର ଅପରାହ୍ନ ୫ଟା ପୂର୍ବରୁ କର୍ମଚାରୀମାନେ ସେମାନଙ୍କ ଇସ୍ତଫା ଘୋଷଣା ଲାଗି ଟ୍ୱିଟରର ସାହାରା ନେଇଛନ୍ତି। ମସ୍କଙ୍କ ନୂଆ କାର୍ଯ୍ୟ ମାନଦଣ୍ଡ ପୁରଣ ଲାଗି ଗୁରୁବାର ଅପରାହ୍ନ ୫ଟା ଶେଷ ସମୟ ସୀମା ଥିଲା। ଏହାଛଡା କମ୍ପାନୀର ଅନ୍ତରୀଣ ମ୍ୟାସେଜିଂ ପ୍ଲାଟଫର୍ମ ‘ସ୍ଲେକ୍’ରେ ଅନେକ କର୍ମଚାରୀ ଟ୍ୱିଟରକୁ ଗୁଡବାଏ କହିଛନ୍ତି। କର୍ମଚାରୀମାନେ ଟ୍ୱିଟର ୨.୦ ସହ ରହିବାକୁ ସହମତ ହୋଇ ନାହାନ୍ତି। ଏଣୁ ଅନେକ କର୍ମଚାରୀ ଟ୍ୱିଟରରେ ସେମାନଙ୍କ କାର୍ଯ୍ୟକାଳ ୧.୦ ସହ ସମାପ୍ତ ହୋଇଯାଇଥିବା ସୂଚିତ କରି ଚାକିରୀରୁ ବାହାରି ଯାଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com