ଓଡ଼ିଶା

ଆହୁରି ୪ ଦିନ ଅଧିକ ଅନୁଭୂତ ହେବ ଶୀତ

ଭୁବନେଶ୍ୱର, ୨୫/୧୧/୨୦୨୨ –   ରାଜ୍ୟରେ ତାପମାତ୍ରା କମିବା ଯୋଗୁଁ ଶୀତ ବଢୁଛି । ସ୍ୱାଭାବିକ ଠାରୁ ଆହୁରି ୩ ରୁ ୫ ଡିଗ୍ରୀ ଯାଏଁ ପାରଦ  ଖସିବ । ଫଳରେ ରାଜ୍ୟରେ ଅଧିକ ଶୀତ ଅନୁଭୂତ ହେବ । ବିଶେଷ କରି ପାହାଡିଆ ଅଞ୍ଚଳ କୋରାପୁଟ, କନ୍ଧମାଳ ସମେତ ସୁନ୍ଦରଗଡରେ ଅଧିକ ଶୀତ ହେବ । ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ଦୁର୍ବଳ ହେଉଥିବାରୁ ତାପମାତ୍ରା ତଳମୁହାଁ ହୋଇଛି । ଆସନ୍ତା ୩-୪ ଦିନ ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ପାଗ ଶୁଖିଲା ରହିବା ସହ ରାତିର ତାପମାତ୍ରା ହ୍ରାସ ପାଇବ । ସେହିପରି ମେଘମୁକ୍ତ ଆକାଶ ଏବଂ ଥଣ୍ଡା ପବନ ପ୍ରବାହ ପାଇଁ ଶୀତ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର କହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com