![](https://i0.wp.com/odia.mobilenews24x7.com/wp-content/uploads/2022/11/ISRO_6381c2b2c9965.jpg?resize=780%2C454&ssl=1)
ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ବା ଇସ୍ରୋ ଶନିବାର ଦିନ ଏକ ବଡ ସଫଳତା ହାସଲ କରିଛି । ଇସ୍ରୋ ତରଫରୁ ଦିନ ୧୨ ଟାରେ ଏକାସାଥିରେ ୯ ଟି ସାଟେଲାଇଟ୍ ଲଂଚ୍ କରାଯାଇଛି । ତାମିଲନାଡୁର ଶ୍ରୀହରିକୋଟାର ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଆଶନସେଟ-୩ ଓ ଭୂଟାନର ଏକ ଉପଗ୍ରହ ସମେତ ମୋଟ ୯ ଟି ଛୋଟ ସାଟେଲାଇଟକୁ ପିଏସଏଲଭି –ସି୫୪/ଇଓଏସ-୦୬ ମିଶନ କ୍ରମରେ ଲଂଚ କରିଛି । ଇସ୍ରୋର ଅଧ୍ୟକ୍ଷ ଏସ ସୋମନାଇ କହିଛନ୍ତି ପିଏସଏଲଭି-ସି୫୪ ପୃଥୀ ଅବଲୋକନ ଉପଗ୍ରହ ସମେତ ମୋଟ ୮ ଟି ଉପଗ୍ରହକୁ ସଫଳତାର ସହ ଅନ୍ତରୀକ୍ଷରେ ସ୍ଥାପିତ କରିଛି ।