Featuredଜାତୀୟ

କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ

ଗୁଜରାଟ, ସୁରଟ ସ୍ଥିତ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ । ମଙ୍ଗଳବାର ବିଳମ୍ବତ ରାତିରେ କାରଖାନାରେ ବ୍ଲାଷ୍ଟ ହୋଇ ଅଗ୍ନିକାଣ୍ଡ ଘଟିବାରୁ ଜିଅନ୍ତା ଜଳିଗଲେ ୭ କର୍ମଚାରୀ । ଏନେଇ ଆଜି ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।୨୦ ଜଣ ଶ୍ରମିକ ଆହତ ହୋଇଛନ୍ତି । ଏମାନଙ୍କ ଭିତରୁ ୮ଜଣ ଗୁରୁତର ଥିବା ଜଣାପଡିଛି ।

ଅଗ୍ନିଶମ ବାହିନୀଙ୍କ ସୂଚନା ଅନୁସାରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଟ୍ୟାଙ୍କରେ ପ୍ରଥମେ ବ୍ଲାଷ୍ଟ ହୋଇଥିଲା । ପରେ ନିଆଁ ସାରା କାରଖାନାରେ ନିଆଁ ଲାଗିଯାଇଥିଲା । ତୁରନ୍ତ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ କରିବା କାମ ଆରମ୍ଭ କରିଥିଲେ ।

ନିଆଁକୁ ଆୟତ କରିବାକୁ ୧୦ ଘଂଟାରୁ ଅଧିକ ସମୟ ଲାଗିଥିଲା । ପ୍ରାଥମିକ ଭାବେ ୨୦ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଏହାସହ ୭ କର୍ମଚାରୀ ଗାୟବ ଥିବା ଜଣାପଡିଥିଲା । ମାତ୍ର ନିଆଁକୁ ଆୟତ କରିବା ପରେ କାରଖାନା ଭିତରେ ୭ଟି କଙ୍କାଳ ମିଳିଥିଲା । ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com