ଅନ୍ୟାନ୍ୟ

୮୪ଟି ଦେଶର ୫୦ କୋଟିରୁ ଅଧିକ ୟୁଜରଙ୍କ ତଥ୍ୟ ଚୋରୀ

ଭୁବନେଶ୍ୱର, ୨୮/୧୧/୨୦୨୨-    ବିଶ୍ଵର ୮୪ଟି ଦେଶର ୫୦ କୋଟିରୁ ଅଧିକ ୟୁଜରଙ୍କ ବ୍ୟକ୍ତିଗତ ଓ ଗୋପନୀୟ ତଥ୍ୟ ହ୍ୟାକ୍ ହୋଇଛି । ଏଭଳି ଏକ ଚମକାଇ ଦେଲାଭଳି ଖବର ସାମ୍ନାକୁ ଆସିଛି । ହ୍ୱାଟସଆପରୁ ଚୋରୀ ହୋଇଛି ଏହିି ଡାଟା । ଜଣେ କିମ୍ବା ୨ ଜଣଙ୍କ ନୁହେଁ ଏକାଥରକେ ୫୦ କୋଟି ହ୍ବାଟସଆପ୍ ବ୍ୟବହାରକାରୀଙ୍କ ଡାଟା ହୋଇଛି ଚୋରୀ । ସାଇବର ନ୍ୟୁଜର ତଥ୍ୟ ଅନୁସାରେ ଏକ ସ୍ବତନ୍ତ୍ର ହ୍ୟାକିଂ ଫୋରମରେ ଏହି ଡାଟା ଲିକ୍ ହୋଇଛି । ଏହି ଦେଶ ଗୁଡିକ ମଧ୍ୟରେ ଭାରତ ଆମେରିକା, ଇଟାଲୀ, ବ୍ରିଟେନ, ଇଜିପ୍ଟ, ଋଷ ଫ୍ରାନ୍ସ ଆଦି ରହିଛନ୍ତି ।

କେବଳ ଆମେରିକାରୁ ପ୍ରାୟ ୩୨ ନିୟୁତ ହ୍ୟାକ ହେବା ସହ ବିକ୍ରି ହେବାରେ ଲାଗିଛି । ଆମେରିକାର ଡାଟାସେଟର ଦାମ୍ ୭ ହଜାର ଡଲାର ରହିଥିବା ବେଳେ, ବ୍ରିଟେନର ଡାଟାସେଟର ଦାମ୍ ଅଢ଼େଇ ହଜାର ଡଲାର ରହିଛି । ଯେଉଁ ବିକ୍ରେତା ଏହି ଡାଟା ହ୍ୟାକ୍ କରିଛନ୍ତି ତାଙ୍କ ସହ ସାଇବର ନ୍ୟୁଜ ଯୋଗାଯୋଗ କରିବା ପରେ ବ୍ରିଟେନର ୧ ହଜାର ୯୭ ଜଣଙ୍କ ତଥ୍ୟ ପ୍ରମାଣ ସ୍ବରୂପ ବିକ୍ରେତା ଦେଇଥିବା କୁହାଯାଇଛି । ତଦନ୍ତ ପରେ ସେହି ୧ ହଜାର ୯୭ ଜଣ ବାସ୍ତବରେ ହ୍ବାଟସ ଆପ୍ ୟୁଜର ବୋଲି ସ୍ପଷ୍ଟ ହୋଇଥିଲା ।

ତେବେ ଏତେ ସଂଖ୍ୟକ ତଥ୍ୟ କିପରି ହ୍ୟାକ୍ କରାଗଲା ସେ ସମ୍ପର୍କରେ ସୂଚନା ମିଳିନାହିଁ । ବିଶେଷ କରି ସ୍ମିସିଂ ଓ ଭିସିଂ ଜରିଆରେ ସାଇବର ଅପରାଧ ଘଟାଯାଉଥିବା ବେଳେ, ଏହି ବୃହତ ଲିକ୍ କାହା ଜରିଆରେ ହୋଇଛି ତାହାର ସୂଚନା ମିଳିନାହିଁ । ପ୍ରଥମେ ହ୍ବାଟସଆପ୍ ୟୁଜରଙ୍କ ନିକଟକୁ ଏକ ଟେକ୍ସଟ ମେସେଜ ପଠାଇବା ପରେ ଏକ ଲିଙ୍କ୍ ଉପରେ କ୍ଳିକ କରିବା ଲାଗି ସାଇବର ଅପରାଧୀ କହିଥାନ୍ତି । ପରେ କ୍ରେଡିଟ କାର୍ଡ ବା ଅନ୍ୟାନ୍ୟ ତଥ୍ୟ ମଗାଯିବା ପରେ ଆକାଉଣ୍ଟ ହ୍ୟାକ କରାଯାଇଥାଏ । ଗତବର୍ଷ ମଧ୍ୟ ପ୍ରାୟ ୫୦ କୋଟି ଫେସବୁକ ୟୁଜରଙ୍କ ତଥ୍ୟ ହ୍ୟାକ ହୋଇଥିଲା । ସେଥିରେ ଭାରତୀୟ ବ୍ୟବହାରକାରୀଙ୍କ ସଂଖ୍ୟା ପ୍ରାୟ ୬୦ ଲକ୍ଷ ଥିଲା । ଏବେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସମସ୍ତ ବ୍ୟବହାରକାରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com