Featuredଜାତୀୟରାଜନୀତିଶିକ୍ଷା

ମଦ୍ରାସାର ୧ମରୁ ୮ମ ଶ୍ରେଣୀ ପିଲାଙ୍କୁ ମିଳିବ ନାହିଁ ବୃତ୍ତି

ଉତ୍ତର ପ୍ରଦେଶର ମଦ୍ରାସା ଗୁଡ଼ିକରେ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଶିକ୍ଷାର୍ଥୀମାନଙ୍କୁ ବୃତ୍ତି ପାଇଁ ଆବେଦନ ନ କରିବା ଲାଗି କେନ୍ଦ୍ର ସରକାର କହିଛନ୍ତି। ଏପର୍ଯ୍ୟନ୍ତ ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନଙ୍କୁ ୧୦୦୦ ଟଙ୍କା ଲେଖାଏଁ ବୃତ୍ତି ଦିଆଯାଉଥିଲା। ସେହିପରି ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନଙ୍କୁ ବିଭିନ୍ନ ପାଠ୍ୟକ୍ରମ ଆଧାରରେ ବୃତ୍ତି ଯୋଗାଇ ଦିଆଯାଉଥିଲା।କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ଶିକ୍ଷା ଅଧିକାର ଆଇନ ଅନୁସାରେ, ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ମାଗଣାରେ ଶିକ୍ଷା ଦିଆଯାଉଛି। ମଦ୍ରାସାଗୁଡ଼ିକରେ ମଧ୍ୟାହ୍ନ ଭୋଜନ ଓ ବହିପତ୍ର ବି ମାଗଣାରେ ଦିଆଯାଉଛି। ଏଥିସହିତ ଶିକ୍ଷାର୍ଥୀମାନଙ୍କୁ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଉଛି। ସେଥିପାଇଁ ଉପରୋକ୍ତ ଶ୍ରେଣୀର ଶିକ୍ଷାର୍ଥୀମାନଙ୍କର ବୃତ୍ତି ବନ୍ଦ କରାଗଲା।

Related Articles

Back to top button