ଓଡ଼ିଶା

ପୁଣି ଘନେଇଲା ବର୍ଷା-ଅନୁଭବ ବିବାଦ; ବର୍ଷାଙ୍କ ବିରୋଧରେ ଇଡିର ଦ୍ୱାରସ୍ଥ ହେଲେ ଅନୁଭବ

କଟକ: ବର୍ଷା ଟିକସ ଫାଙ୍କିବା ସହ କଳାଟଙ୍କା ରଖିଥିବା ନେଇ ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ବାମୀ ତଥା ସାଂସଦ ଅନୁଭବ ମହାନ୍ତି । ବିଭିନ୍ନ ସରକାରୀ ଦସ୍ତାବିଜରେ ନିଜର ଏକାଧିକ ଓ ତୃଟିପୂର୍ଣ୍ଣ ପରିଚୟ ଦେଇଛନ୍ତି ବର୍ଷା । ବର୍ଷା ନିଜ ଜୀବନକାଳ ମଧ୍ୟରେ ଆୟକର ଦାଖଲ କରିବା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଅନୁଭବ ।

ଏହାକୁ ନେଇ ପୁଣି ଘନେଇଛି ଦୁହିଁଙ୍କ ମଧ୍ୟରେ ବିବାଦ । ଦିନକୁ ଦିନ ବଢ଼ିବାରେ ଲାଗିଛି ଷ୍ଟାର ଦମ୍ପତିଙ୍କ ବିବାଦ । ସରକାରୀ ଦସ୍ତାବିଜରେ କେଉଁଠି ବର୍ଷା ନିଜ ପରିଚୟ ଭର୍ଷା ପ୍ରିୟଦର୍ଶିନୀ ତ ଆଉ କେଉଁଠି ବର୍ଷା ପ୍ରିୟଦର୍ଶିନୀ ଉଲ୍ଲେଖ କରିଥିବା ଅନୁଭବ ଅଭିଯୋଗ ଆଣିଛନ୍ତି ।

ସେହିପରି ମାଟ୍ରିକ୍ ସାର୍ଟିଫିକେଟ, ଜନ୍ମ ସାର୍ଟିଫିକେଟ୍, ଆଧାରକାର୍ଡ, ପାନ୍ କାର୍ଡ, ପାସପୋର୍ଟ ଓ ବ୍ୟାଙ୍କ ପାସବୁକରେ ମଧ୍ୟ ନାମ ଓ ସାଙ୍ଗିଆ ଭିନ୍ନ ରହିଥିବା ଅଭିଯୋଗ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com