ଜାତୀୟ

ସାଢ଼େ ୬ଟାରେ ଲତାଙ୍କ ଅନ୍ତିମ ସଂସ୍କାର, ଶିବାଜୀ ପାର୍କରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ହେବ ଶେଷକୃତ୍ୟ

ମୁମ୍ବାଇ: ଚିରନିଦ୍ରାରେ ଶୋଇଯାଇଛନ୍ତି କୋକିଳକଣ୍ଠୀ ଲତା ମଙ୍ଗେସକର୍ । ସାରା ବିଶ୍ୱ ତାଙ୍କ ବିୟୋଗରେ ମିୟମାଣ ହୋଇପଡ଼ିଛି । ମୁମ୍ବାଇ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତେବେ ଆଜି ସାଢ଼େ ୬ଟାରେ ଲତାଙ୍କ ଅନ୍ତିମ ସଂସ୍କାର କରାଯିବ । ପରେଡ୍ ରୋଡ୍ ସ୍ଥିତ ବାସଭବନରେ ଶେଷ ଦର୍ଶନ ପରେ ଅନ୍ତିମ ସଂସ୍କାର କରାଯିବ । ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ଯାଏଁ ଶେଷ ଦର୍ଶନ ହେବ । ଅପରାହ୍ନ ୪ଟାରୁ ୬ଟା ଯାଏଁ ଅନ୍ତିମ ଯାତ୍ରା । ଶିବାଜୀ ପାର୍କରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ହେବ ଶେଷକୃତ୍ୟ ।

Related Articles

Back to top button
WP Twitter Auto Publish Powered By : XYZScripts.com