Breaking NewsFeaturedଅନ୍ତର୍ଜାତୀୟ

ବିମାନରେ ଇସ୍ରୋ ମୁଖ୍ୟଙ୍କୁ ଭବ୍ୟ ସ୍ୱାଗତ

ଇଣ୍ଡିଗୋ ବିମାନରେ ଇସ୍ରୋ ମୁଖ୍ୟଙ୍କୁ ଭବ୍ୟ ସ୍ୱାଗତ । ବିମାନର କର୍ମଚାରୀ ମାନେ ଇସ୍ରୋ ମୁଖ୍ୟ ଏସ ସୋମନାଥଙ୍କୁ ସ୍ୱାଗତ କରିବା ସହ କହିଲେ ଆପଣଙ୍କ ପାଇଁ ଆମେ ବହୁତ ଗର୍ବିତ । ଅଗଷ୍ଟ ୨୩ରେ ଭାରତ ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଛି ନ୍ଦ୍ରଯାନ-୩ । ସଫଳ ଅବତରଣ କରାଇ ଭାରତ ଏବେ ଇଲାଇଟ ସ୍ପୋସ କ୍ଲବରେ ସାମିଲ ହୋଇଛି । ଏହି କାମକୁ ସମ୍ଭବ କରି ଦେଖାଇଥିବା ଇସ୍ରୋର ବୈଜ୍ଞାନିକମାନେ ଏବେ ସବୁଠି ଚର୍ଚ୍ଚାରେ ରହିଛନ୍ତି । ଆଉ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ ।

କୋଟି କୋଟି ଭାରତୀୟଙ୍କୁ ଗର୍ବିତ କରିଥିବାରୁ ବିମାନ କର୍ମଚାରୀ ପୁଜା ଶାହ ଇସ୍ରୋ ମୁଖ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି । ପୁଜା ଶାହ ନାମକ ଜଣେ ଏୟାର ହେଷ୍ଟେସ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ କେମିତି ଇସ୍ରୋ ମୁଖ୍ୟ ଏସ ସୋମନାଥଙ୍କୁ ବିମାନରେ ସ୍ୱାଗତ କରାଯାଇଥିଲା ତାହା ଦେଖିବାକୁ ମିଳିଛି । ଏହି ଭିଡିଓ ଉପରେ ଟିକେ ନଜର ପକାନ୍ତୁ କେମିତି ବିମାନରେ ଏସ ସୋମନାଥ ଥିବା ଜାଣି ପୂଜା ଘୋଷଣା କରୁଛନ୍ତି ଯେ, ଆଜି ଆମ ବିମାନରେ ଇସ୍ରୋର ଚେୟାରମ୍ୟାନ ଏସ ସୋମନାଥ ଯାତ୍ରା କରୁଥିବା ଘୋଷଣା କରି ମୁଁ ଖୁସି ।

ଏସ ସୋମନାଥ ଏବଂ ତାଙ୍କ ଟିମ ପାଇଁ ସମସ୍ତେ କରତାଳି ଦିଅନ୍ତୁ । ସାର ଆପଣ ଆମ ସହ ବିମାନରେ ଯାତ୍ରା କରୁଥିବାରୁ ଆମେ ଗର୍ବିତ । ଭାରତକୁ ଗର୍ବିତ କରିଥିବାରୁ ବହୁତ ବହୁତ ଧନ୍ୟବାଦ । ଏହି ଭିଡିଓ ସହ ପୁଜା ଏସ ସୋମନାଥଙ୍କ ସହ ଉଠାଇଥିବା କିଛି ଫଟୋ ମଧ୍ୟ ସେୟାର କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com