Breaking NewsFeaturedଓଡ଼ିଶା

ରାଜନଗରରେ ଭିନ୍ନ ଢଙ୍ଗରେ ମାଙ୍କୁ ମେଲାଣି, ପୋଲିସ କହିଲା ଆଗରୁ ଦେଖିନଥିଲି

ଶେଷ ହୋଇଛି ଶାରଦୀୟ ଦୁର୍ଗା ପୂଜା । ରଙ୍ଗୀନ ଆଲୋକ, ଡିଜେ, ବ୍ରାସ ବ୍ୟାଣ୍ଡ, ପାରମ୍ପରିକ ବାଜା ବାଣରେ ସବୁଆଡେ ମେଲାଣି ନେଇଛନ୍ତି ମା । କିନ୍ତୁ ଏହା ଭିତରେ ଏକ ଭିନ୍ନ ପରମ୍ପରାରେ ରାଜନଗରରୁ ବିଦାୟ ନେଇଛନ୍ତି ଥାନପତି ମା ଦୁର୍ଗା । ଗୋପାଳମାନଙ୍କ କାନ୍ଧରେ ମାଙ୍କୁ ବଜାର ପରିକ୍ରମା କରିବାପରେ ନଦୀକୂଳକୁ ନିଆଯାଇଥିଲା । ସେଠାରେ ଦେବୀ ହଂସୁଆ ନଦୀରେ ଚାପ ଖେଳଥିଲେ । ଡଙ୍ଗାରେ ୭ ଘେରା ବୁଲିବାପରେ ପାଣିକୁ ଯାଇଥିଲେ ମା ଦୁର୍ଗା । ସେହିପରି ଅନ୍ୟ ଦେବୀଦେବତାଙ୍କୁ ମଧ୍ୟ ପାଣିରେ ବିସର୍ଜନ କରାଯାଇଥିଲା । ସେହିପରି ରାଜନଗରର ଅନ୍ୟ ଅଞ୍ଚଳ ଗୋପାଳପୁରର ମା ଶକ୍ଷରଳା, ଗଳିଦାଣ୍ଡର ବନଦୁର୍ଗା, ମାଛ ମାର୍କେଟର ଗଙ୍ଗାମାତାଙ୍କୁ ମଧ୍ୟ ବିଦାୟ ଦିଆଯାଇଛି ।

ତେବେ ଏଭଳି ଏକ ନିଆରା ପରମ୍ପରାରେ ମାଙ୍କୁ ବିଦାୟ ଦେବା କାର୍ଯ୍ୟକୁ ପୋଲିସ ମଧ୍ୟ ବେଶ୍ ପ୍ରଶଂସା କରିଛି ।

ସେପଟେ ମାଙ୍କ ଭସାଣୀ ପାଇଁ ହଂସୁଆ ନଦୀରେ ବିଶେଷ ବ୍ୟବସ୍ଥା କରାଯାଇଥିଲା । ଉଭୟ ପୋଲିସ ଏବଂ ଅଗ୍ନିଶମ ବାହିନୀ ସେଠାରେ ଉପସ୍ଥିତ ରହି ପରିସ୍ଥତି ଉପରେ ତୀକ୍ଷ୍ଣ ନଜର ରଖିଥିଲେ । ରାଜନଗଗରେ ମାଙ୍କୁ ଏପରି ବିଦାୟ ଦେବାର ପରମ୍ପରା ବର୍ଷ ବର୍ଷ ଧରି ଚାଲିଆସୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com