ଓଡ଼ିଶା

ଧାମନଗର ଉପନିର୍ବାଚନ: ଜାଣନ୍ତୁ ବିଜେଡି, ବିଜେପି ଓ କଂଗ୍ରେସ ର କିଏ ହେଲେ ପ୍ରାର୍ଥୀ

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀ ଘୋଷଣା କରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅବନ୍ତୀ ଦାସଙ୍କ ନାଁରେ ମୋହର ମାରିଛନ୍ତି। ଅବନ୍ତୀ ଦାସ ଏବେ ତିହିଡ଼ି ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଛନ୍ତି।

ସେପଟେ କଂଗ୍ରେସ ମଧ୍ୟ ଆଜି ପ୍ରାର୍ଥୀ ଘୋଷଣା କରିଛି। ବାବା ହରେକୃଷ୍ଣ ସେଠୀଙ୍କୁ କଂଗ୍ରେସ ଦଳ ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଛି । ନଭେମ୍ବର ୩ ରେ ଧାମନଗର ଉପନିର୍ବାଚନ ପାଇଁ ମତଦାନ ହେବ।

ଏହି ଉପନିର୍ବାଚନରେ ବିଜେପିର ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଏବଂ କଂଗ୍ରେସର ନେତା ବାବା ହରେକୃଷ୍ଣ ସେଠୀଙ୍କୁ ଅବନ୍ତୀ ଦାସଙ୍କ ମଧ୍ୟରେ କିଏ ଧାମନଗର ହାତେଇବ ତାକୁ ହିଁ ଅପେକ୍ଷା ।

Related Articles

Back to top button
WP Twitter Auto Publish Powered By : XYZScripts.com