ଓଡ଼ିଶା

ଗେମ୍ ଖେଳିବାକୁ ମୋବାଇଲ୍ ଦେଲାନି ବୋଲି ସାଙ୍ଗକୁ ମାରିଦେଲେ ୨ ବନ୍ଧୁ

ଜୟପୁର() ମୋବାଇଲ ପାଇଁ ସାଙ୍ଗକୁ ମାରିଦେଲେ ଦୁଇ ବନ୍ଧୁ । କୋରାପୁଟ ଜିଲ୍ଲା ମସିପୁଟ ଗାଁରେ ଦୁଇ ନାବାଳକଙ୍କ ଜଘନ୍ୟ କାଣ୍ଡ । ଫ୍ରି ଫାୟାର ଗେମ୍ ଖେଳିବାକୁ ମୋବାଇଲ ଦେଲାନି ବୋଲି ପଥରରେ ଛେଚି ସାଙ୍ଗକୁ ହତ୍ୟା କଲେ । ମାରିବା ପରେ ମୃତଦେହକୁ କୋଲାବ ନଦୀରେ ଫୋପାଡ଼ି ଦେଲେ ସାଙ୍ଗ । ସକାଳେ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ପ୍ରାଥମିକ ତଦନ୍ତରୁ ମୋବାଇଲ ପାଇଁ ହତ୍ୟା ହୋଇଥିବା ଜଣାପଡ଼ିଛି ।

ମାମଲାରେ ଦୁଇ ନାବାଳକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ । ସୂଚନା ଅନୁସାରେ ଗତକାଲି ସପ୍ତମ ଶ୍ରେଣୀର ୩ ସାଙ୍ଗ କୋଲାବ ନଦୀ ନିକଟରେ ଫ୍ରି ଫାୟାର ଗେମ୍ ଖେଳୁଥିଲେ । ଜଣେ ଅନ୍ୟ ୨ ଜଣଙ୍କୁ ମୋବାଇଲ୍ ନ ଦେବାରୁ ଉଭୟ ତାକୁ ମାଡ଼ ମାରିଥିଲେ । ପରେ ପଥରରେ ଛେଚି ହତ୍ୟା କରି ନଦୀରେ ଫୋପାଡ଼ି ଦେଇ ଘରକୁ ଚାଲି ଆସିଥିଲେ । ଆଜି ସକାଳେ ମୃତକଙ୍କ ବାପା ମୃତଦେହକୁ ଚିହ୍ନଟ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com