Breaking NewsFeaturedଅନ୍ୟାନ୍ୟଓଡ଼ିଶା

ରାଶି ଦେଖି ଖାଆନ୍ତୁ ଆମିଷ । ଯେଉଁମାନଙ୍କୁ ଜଣା ନାହିଁ ରାଶି ସେମାନେ କଣ କରିବେ ଦେଖନ୍ତୁ ।

ସରିଲା କାର୍ତିକ ମାସ, ଆଜି ଛାଡଖାଇ । ମାସ ଜାକ ଆମିଷ ଛାଡିଥିବା ଲୋକ ଏଥିପାଇଁ ବେଶ ଉତ୍ସାହ । ଏନେଇ ଆଇଁଷ ବଜାରରେ ମଧ୍ୟ ଭିଡ ଦେଖାଦେଇଛି । ମାଛ, ଚିଙ୍ଗୁଡ଼ି, କଙ୍କଡ଼ା, ଚିକେନ୍, ମଟନ୍ କିଣୁଛନ୍ତି ଲୋକେ । ତେବେ ଜାଣନ୍ତୁ ରାଶି ଅନୁସାରେ କେମିତି ମନାଇବେ ଛାଡଖାଇ । ମେଷ – ଖାସୀ ମାଂସ ତରକାରୀ, ବୃଷ – ଦେଶୀ କୁକୁଡ଼ା ଝୋଳ, ମିଥୁନ – ଚୁନା ମାଛ ବେସର, କର୍କଟ – ମାଟି ହାଣ୍ଡି ମାଂସ, ସିଂହ – ମାଣ୍ଡିଆ କଙ୍କଡା ଝୋଳ, କନ୍ୟା – ହିଲିଶା ବେସର, ତୁଳା – କୁକୁଡ଼ା ମାଂସ ତରକାରୀ, ବିଛା – ରୋହି ମାଛ ଝୋଳ, ଧନୁ – ନଈ ଚିଙ୍ଗୁଡ଼ି ଝୋଳ, ମକର – ପୋହଳା ମସଲା, କୁମ୍ଭ – ଅଣ୍ଡା ତରକାରୀ, ମିନ – ପୋଇ ଚିଙ୍ଗୁଡ଼ି । ଆଉ ଯେଉଁମାନଂକୁ ନିଜ ରାଶି ଜଣା ନାହିଁ , ସେମାନେ ସାଧା ଖାଆନ୍ତୁ ! ସେପଟେ ଆଜି ମଙ୍ଗଳବାରରେ ଛାଡଖାଇ ପଡିଥିବାରୁ ଆଇଁଷ ବଜାର ସାମାନ୍ୟ ଫିକା ପଡିଛି । ତେବେ ଅଧିକାଂଶ ଲୋକଙ୍କ ଟାର୍ଗେଟ ରହିଛି ବୁଧବାରକୁ । ତେବେ ରାଶି ଅନୁସାରେ ଆମିଷ ଖାଇବା କଥା ଆମେ କହୁନୁ । ଛାଡଖାଇ ଥିବାରୁ ଏଭଳି କିଛି କୌତୁକିଆ ପ୍ରସଙ୍ଗ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେ ଯାହା ହେଉ ଆପଣଙ୍କ ରାଶି ଅନୁସାରେ କେମିତି ପାଳିବେ ଛାଡଖାଇ ତାହା ଆପଣମାନେ ବିଚାର କରନ୍ତୁ ।

Related Articles

Back to top button
WP Twitter Auto Publish Powered By : XYZScripts.com