ଅନ୍ତର୍ଜାତୀୟଜାତୀୟମନୋରଞ୍ଜନ

କାନ୍ସର ତୃତୀୟ ଦିନରେ ଐଶ୍ବର୍ଯ୍ୟାଙ୍କ କିଲର ଲୁକ୍‌, ମତୁଆଲା ହେଲେ ଫଟୋଗ୍ରାଫର

ମୁମ୍ବାଇ: କାନ୍ସ ଫିଲ୍ମ ଫେଷ୍ଟିଭାଲର ପୋଷ୍ଟର ଗର୍ଲ ଭାବରେ କହିବାକୁ ଗଲେ , ସେ ହେଉଛନ୍ତି ଐଶ୍ୱର୍ଯ୍ୟା ରାୟ । ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ରେଡ୍ କାର୍ପେଟ୍ ରେ ନିଜର ଜଲୱା ଦେଖାଇଛନ୍ତି। ପ୍ରଥମ ଦିନରେ ସମସ୍ତେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ମିସ୍ କରିଥିଲେ । ଦୀପିକା ପାଦୁକୋନଙ୍କ ସମେତ ଅନ୍ୟ ସମସ୍ତ ଭାରତୀୟ ଅଭିନେତ୍ରୀଙ୍କ ଲୁକ ପରେ ସମସ୍ତେ କହୁଥିଲେ ଯେ ଐଶ୍ୱର୍ଯ୍ୟା ପ୍ରତ୍ୟେକ ଥର ପରି ଫ୍ୟାଶନ ଆଇକନ୍‌ ଭାବରେ ରେଡ୍‌ କାର୍ପେଟ୍‌କୁ ଓହ୍ଲାଇବେ । ଅଭିନେତ୍ରୀ କାନ୍ସର ଦ୍ୱିତୀୟ ଦିନରେ ଏକ ଧମାଲ୍‌ ଏଣ୍ଟ୍ରି କରିଥିଲେ । ତାଙ୍କ ଲୁକ୍‌ ସହିତ ସମସ୍ତଙ୍କ ହୃଦୟ ଜିତିଥିଲେ । ହେଲେ ଏକ ଇଭେଣ୍ଟରେ ଐଶ୍ୱର୍ଯ୍ୟା ଗୋଲାପୀ ରଙ୍ଗର ପୋଷାକରେ ନଜର ଆସିଥିଲେ । ଯାହା ଲୋକମାନଙ୍କୁ ପସନ୍ଦ ଆସିନଥିଲା ଏବଂ ଲୋକମାନେ ତାଙ୍କ ମେକଅପ୍ ତାଙ୍କ ପୋଷାକଙ୍କୁ ନେଇ ଖୁବ୍‌ ଟ୍ରୋଲ୍‌ କରିଥିଲେ ।

ହେଲେ ବର୍ତ୍ତମାନ କାନ୍ସର ତୃତୀୟ ଦିନରେ ରେଡ କାର୍ପେଟରେ ପାଦ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। କାହିଁକି ନା ତାଙ୍କ ଲୁକ୍‌ ଦେଖି ଫଟୋଗ୍ରାଫରମାନେ ମତୁଆଲା ହୋଇଥିଲେ। ତାଙ୍କ ସାମ୍ନାରେ ବହୁତ ପୋଜ ଦେଉଥିବାରେ ଦେଖିବାକୁ ମିଳିଥିଲା । ଏହି ସମୟରେ ଐଶ୍ୱର୍ଯ୍ୟା ଏତେ ସୁନ୍ଦର ଦେଖାଯାଉଥିଲେ ଯେ ସମସ୍ତେ ତାଙ୍କ ଆଡକୁ ଚାହିଁ ରହିଥିଲେ ।

କହିବାକୁ ଗଲେ ଯେ ପ୍ରତ୍ୟେକ ଥର ପରି ଐଶ୍ୱର୍ଯ୍ୟା କାନ୍ସ ଫିଲ୍ମ ଫେଷ୍ଟିଭାଲକୁ ଆସିବାବେଳେ ସେଠାରେ ନିଜର ସୌନ୍ଦର୍ଯ୍ୟ ବଢାନ୍ତି । କିନ୍ତୁ ଏଥର ତାଙ୍କର ପ୍ରଥମ ଦିନ ଭଲ ନଥିଲା । କିନ୍ତୁ ତୃତୀୟ ଦିନରେ, ସେ ରେଡ୍ କାର୍ପେଟରେ ଷ୍ଟାଇଲିସ୍ ଭାବରେ ଆସି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଯାହାର ଫଟୋ ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com