ଓଡ଼ିଶା

ଏଣିକି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏମ୍ସ ମେଡିକାଲରେ ଡ୍ରୋନ ସେବା ଉପଲବ୍ଧ

ରାଜଧାନୀ ଭୁବନେଶ୍ୱରର ଏମ୍ସ ହସ୍ପିଟାଲରେ ଆଜିଠାରୁ ଡ୍ରୋନ ସେବା ଆରମ୍ଭ ହୋଇଯାଇଛି । ଏଣିକି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏମ୍ସ ମେଡିକାଲରେ ଡ୍ରୋନ ସେବା ଉପଲବ୍ଧ ହୋଇପାରିବ । ଏମ୍ସ ମେଡିକାଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ ଏ ନେଇ ସୁଚନା ଦେଇଛନ୍ତି । ଏହି ସୁବିଧା ଦ୍ୱାରା ବେଶ ଉପକୃତ ହୋଇପାରିବେ ରୋଗୀ । ଏହି ଡ୍ରୋନ ଜରିଆରେ ରକ୍ତ, ଔଷଧ, ମେଡିକାଲ ଉପକରଣ ପଠାଯିବ ବୋଲି ଜାଣିବାକୁ ମିଳିଛି ।

ଏଥିପାଇଁ ହୋଇଥିବା ଏକ ଟ୍ରାଏଲରେ ସଫଳତା ହାସଲ କରିଛି ଏମ୍ସ । ରକ୍ତ ନେଇ ଟାଙ୍ଗି ମେଡିକାଲକୁ ଯିବା ସହିତ ସଫଳତା ଭାବରେ ଫେରି ଆସିଥିବା ଜଣାଯାଇଛି । ଓଡ଼ିଶାରେ ଏମ୍ସ ମେଡିକାଲ ପ୍ରଥମ ଥର ପାଇଁ ଏଭଳି ପଦକ୍ଷେପ ନେବାକୁ ଯାଉଛି । ଏମ୍ସ ମେଡିକାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ଏହି ସେବାରେ ବେଶ୍ ଉପକୃତ ହୋଇପାରିବେ । ରକ୍ତ, ଔଷଧ କିମ୍ବା ଅନ୍ୟାନ୍ୟ ମେଡିକାଲ ଉପକରଣ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ଡ୍ରୋନ ସେବା ଉପଲବ୍ଧ କରିଛି ଭୁବନେଶ୍ୱରର ଏମ୍ସ ମେଡିକାଲ । ଏହି ସେବା ସ୍ୱାସ୍ଥ୍ୟ କ୍ଷେତ୍ରରେ ରାଜ୍ୟର ଏକ ବଡ଼ ସଫଳତା ବୋଲି କୁହାଯାଇପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com