ଓଡ଼ିଶା

ରାତି ଅଧିଆ କାମ ବନ୍ଦ କର : ନରସିଂହ ମିଶ୍ର

ଭୁବନେଶ୍ବର: ରାତିଅଧିଆ ଜିପିଆରଏସ ସର୍ଭେ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଘନ ଅନ୍ଧକାର ଭିତରେ ଚୋର ଓ ଡକାୟତମାନେ କାମ କରନ୍ତି। ଯେଉଁମାନେ କିଛି ଲୁଚାଇବା ପାଇଁ ଚାହାଁନ୍ତି ସେମାନେ ଏପରି ଘନ ଅନ୍ଧକାର ଭିତରେ କାମ କରନ୍ତି। ସେ ରାତିଅଧିଆ କାମ ବନ୍ଦ କରନ୍ତୁ। ଦିନ ବେଳା ଲୋକଲୋଚନରେ କାମ କରିବା ପାଇଁ ବାଧା କେଉଁଠି ରହିଛି। ଯଦି ସ୍ୱଚ୍ଛ ସେମାନେ ତେବେ ଦିନ ବେଳେ କାମ କାହିଁକି କରୁନାହାନ୍ତି। ଗୃହ କମିଟି ଏଭିଡେନ୍ସ ରେକର୍ଡ କରି ପାରିବ ଓ ସବୁ ଡକ୍ୟୁମେଣ୍ଟ ମାଗି ପାରିବ।ଗୋଟେ ସର୍ବଦଳୀୟ କମିଟିଠାରୁ ଅନ୍ୟ କେହି ଭଲ ତଦନ୍ତ କରି ପାରିବେ ନାହିଁ।ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଅନୁରୋଧ କରିବି ସେ ନିଜେ ଏଥିରେ ହସ୍ତକ୍ଷେପ କରନ୍ତୁ। ଆଉ ଗୃହ କମିଟି ଯାଇ ଦିନ ବେଳେ ଅନୁସନ୍ଧାନ କରୁ। ସମସ୍ତ କାଗଜପତ୍ର ମାଗି ଦେଖୁ ଆଉ ରିପୋର୍ଟ କିପରି ଶୀଘ୍ର ଦିଆଯିବ ସେ ନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ହୋଇଥିବା କମିଟି ଉଦ୍ୟମ କରୁ। ଏଏସଆଇ ଓ ପ୍ରତ୍ନତାତ୍ତ୍ୱିକ ବିଭାଗକୁ ଲଗାଇ କାମ କରନ୍ତୁ। ପ୍ରତ୍ନତାତ୍ତ୍ୱିକ ବିଭାଗର ବିନା ଅନୁମତିରେ କିଛି ହୋଇ ପାରିବ ନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com