ଜାତୀୟଜୀବନଶୈଳୀସ୍ୱାସ୍ଥ୍ୟ

ଗର୍ଭପାତ କରିବାର ଅଧିକାର ମହିଳାମାନଙ୍କର ଅଛି – ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୯/୦୯/୨୦୨୨-    ଭାରତରେ ଆଇନ ଗତ ଗର୍ଭପାତ କରିବାର ଅଧିକାର ମହିଳାମାନଙ୍କର ଅଛି । ସେହିପରି ଅବିବାହିତା ମହିଳାମାନେ ମଧ୍ୟ ମେଡିକାଲ ଟର୍ମିନେସନ ନିୟମ ୩-ବି ଅନୁଯାୟୀ ଗର୍ଭପାତ କରିପାରିବେ । ଦେଶରେ ଗର୍ଭପାତ ଆଇନ ଅନୁଯାୟୀ ବିବାହିତ ଏବଂ ଅବିବାହିତା ମହିଳାଙ୍କ ମଧ୍ୟରେ ଏନେଇ କୌଣସି ପ୍ରଭେଦ ରହିବ ନାହିଁ । ତେଣୁ ଜଣେ ମହିଳା ଏ କ୍ଷେତ୍ରରେ କେଉଁ ନିଷ୍ପତ୍ତି ନେବେ ତାହା ତାଙ୍କର ସ୍ୱାଧୀନତା । ଗର୍ଭପାତ ଉଦ୍ଦେଶ୍ୟରେ, ଦୁଷ୍କର୍ମରେ ଵୈବାହିକ ଦୁଷ୍କର୍ମ ମଧ୍ୟ ଅନ୍ତର୍ଭୁକ୍ତ ହେବ । ଏଠାରେ ଦୁଷ୍କର୍ମ ଅର୍ଥ ସମ୍ମତି ବିନା ସମ୍ପର୍କ ସ୍ଥାପନ କରିବା ହିଂସା ଅଟେ । ଏହି କ୍ଷେତ୍ରରେ ମଧ୍ୟ ମହିଳା ଗର୍ଭବତୀ ହୋଇପାରନ୍ତି ।

ଏହି ସବୁ କ୍ଷେତ୍ରରେ ମହିଳାଙ୍କ ଅଧିକାର ସେମାନେ ଚାହିଁଲେ ଗର୍ଭପାତ କରିପାରିବେ ଯାହା ଆଦୌ ବେଆଇନ ନୁହେଁ । ଗୁରୁବାର ଏପରି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟର ଜଷ୍ଟିସ୍ ଡି.ଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଖଣ୍ଡପୀଠ । ଯଦି ବିବାହିତା ମାନଙ୍କୁ ୨୦ରୁ ୨୪ ସପ୍ତାହ ପର‌୍ୟ୍ୟନ୍ତ ଗର୍ଭପାତ ପାଇଁ ଅନୁମତି ଦିଆଯାଉଛି, ତେବେ ଅବିବାହିତା ମାନଙ୍କ ପାଇଁ ବାଛ ବିଚାର କରାଯିବା ଅନୁଚିତ ବୋଲି ସୁପ୍ରିମକୋର୍ଟ ଦର୍ଶାଇଛନ୍ତି । ଏହି ଅବସରରେ ସୁପ୍ରିମକୋର୍ଟ ଅସୁରକ୍ଷିତ ଗର୍ଭପାତକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଦେଶରେ ୬୦ ପ୍ରତିଶତ ମହିଳା ଅସୁରକ୍ଷିତ ଭାବେ ଗର୍ଭପାତ କରୁଛନ୍ତି । ଯାହାକି ମାତୃ ମୃତ୍ୟୁହାର ବୃଦ୍ଧି ପାଇବାର ତୃତୀୟ ବଡ କାରଣ ।

Related Articles

Back to top button
WP Twitter Auto Publish Powered By : XYZScripts.com