ଓଡ଼ିଶା

ଧାମନଗର ଉପ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭଦ୍ରକ, ୦୭ /୧୦/୨୦୨୨-   ଭଦ୍ରକ ଜିଲ୍ଲା ଧାମନଗର ଉପ ନିର୍ବାଚନ ପାଇଁ ଶୁକ୍ରବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଉପ ନିର୍ବାଚନ ନେଇ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବି.ଜେ.ଡି, ବି.ଜେ.ପି ଏବଂ କଂଗ୍ରେସ କସରତ ଆରମ୍ଭ କରିଛନ୍ତି । ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀ, ବାପାଙ୍କ ଆସନକୁ ବିଜେପି କବଜାରେ ରଖିବା ପାଇଁ ସବୁ କଳକୌଶଳ ଲଗାଇ ଦେଇଛନ୍ତି । ବିଭିନ୍ନ ପଞ୍ଚାୟତ ବୁଲି ଲୋକଙ୍କ ଆଶୀର୍ବାଦ ଭିକ୍ଷା କରୁଛନ୍ତି ସୂରଜ । ତେବେ ବିଜେପି କାହାକୁ ପ୍ରାର୍ଥୀ କରିବ ସେ ନେଇ ସ୍ପଷ୍ଟ କରିନଥିବା ବେଳେ ପରୋକ୍ଷରେ ସୂର୍ଯ୍ୟବଂଶୀଙ୍କ ନାଁ କହିଛନ୍ତି ରାଜ୍ୟ ପ୍ରଭାରୀ ପୁରନ୍ଦେଶ୍ୱରୀ ।

ବିଜେଡିର ପ୍ରାର୍ଥୀ କିଏ ହେବ ତାହା ସ୍ପଷ୍ଟ ହୋଇନାହିଁ  । ତେବେ ଏ ବାବଦରେ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ ବୋଲି ଜଣାଯାଇଛି । ଏପଟେ ଧାମନଗର ଉପନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସ ୫ ଜଣିଆ କମିଟି ଗଠନ କରିଥିବାବେଳେ ପ୍ରାର୍ଥୀ କିଏ ହେବ ତାହା ସ୍ପଷ୍ଟ ହୋଇନଥିବା ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।

ଧାମନଗର ଉପ ନିର୍ବାଚନ ପାଇଁ ବିଜେଡି ଓ କଂଗ୍ରେସରେ ଏକାଧିକ ଆଶାୟୀ ଥିବା ଚର୍ଚ୍ଚା ହେଉଛି । ବିଷ୍ଣୁ ସେଠୀଙ୍କ ପୁଅ ସୂରଜଙ୍କୁ ମୈଦାନକୁ ଓହ୍ଲାଇ ବିଜେପି ଅନୁକମ୍ପା ଭୋଟ ହାତେଇବାକୁ ରଣନୀତି କରୁଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଆଧାରରେ ଧାମନଗର ଉପନିର୍ବାଚନ ଲଢିବ ବିଜେଡି । ବିଜ୍ଞପ୍ତି ଅନୁସାରେ ୧୪ ତାରିଖ ସୁଦ୍ଧା ନାମାଙ୍କନ ଓ ୧୭ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହେବ । ନଭେମ୍ବର ୩ରେ ଧାମନଗରର ପ୍ରାୟ ୨ଲକ୍ଷ ୩୮ ହଜାର ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ନଭେମ୍ବର ୬ରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com