ଓଡ଼ିଶା

ମଦୁଆଙ୍କ ବାଇକ ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ

 ଭୁବନ, ୦୯/୦୮/୨୦୨୨-    ମଦୁଆଙ୍କ ଗାଡ଼ି ଧକ୍କାରେ ସୋମବାର ରାତିରେ ଜଣେ ବ୍ୟକ୍ତି  ମୃତ୍ୟୁ ବରଣ କରିଛନ୍ତି । ମୃତକଙ୍କ ନାମ ବିଦ୍ୟାଧର ନାୟକ । ଏପରି ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ଗାଁ ରାସ୍ତାରେ ଦେଖିବାକୁ ମିଳିଛି । ସୋମବାର ରାତି ୯ଟାରେ ବିଦ୍ୟାଧର ଶୌଚ ପାଇଁ ପୋଖରୀକୁ ଯିବା ସମୟରେ ଦୁଇଟି ବାଇକରେ ଆସୁଥିବା ମଦୁଆ ତାଙ୍କୁ ଧକ୍କା ଦେଇଥିଲେ । ଗାଁ ଛକରୁ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ମଦୁଆଙ୍କୁ ଧରିବା ସହିତ ଗୁରୁତର ବିଦ୍ୟାଧରଙ୍କୁ ଭୁବନ  ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଖବର ପାଇ ଭୁବନ ଥାନା ପୋଲିସ ଦୁଇ ମଦୁଆଙ୍କୁ ଥାନାରେ ଅଟକ ରଖିଛି । ପୋଲିସ ଭୁବନ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରି ଆଜି ସକାଳେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । କିନ୍ତୁ ପରିବାର ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ ଗାଁ ଛକ ରାସ୍ତାରେ ଶବ ରଖି ରାସ୍ତାରୋକ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com