ଅନ୍ତର୍ଜାତୀୟଜାତୀୟ

ଆମେରିକାରେ ମୂଳଭାରତୀୟଙ୍କ ପ୍ରତିଭା; ସମସ୍ତଙ୍କୁ ପଛରେ ପକାଇ ଜିତିଲେ ଏହି ଆୱାର୍ଡ

ୱାଶିଂଟନ ଡିସି()  ଆମେରିକାର ସବୁ କ୍ଷେତ୍ରରେ ବର୍ତ୍ତମାନ ମୂଳଭାରତୀୟଙ୍କ ପ୍ରଭାବ। ବ୍ୟବସାୟ ହେଉ କିମ୍ବା ପ୍ରସାସନିକ ଦିଗ, ସବୁଠି ମୂଳଭାରତୀୟ ଉତ୍ତର ପ୍ରଦର୍ଶନ ଦେଖିବାକୁ ମିଳୁଛି।  ଆମେରିକା ମଧ୍ୟ ଭାରତୀୟଙ୍କ ପ୍ରତିଭା ବିଷୟରେ ଭଲଭାବରେ ଜାଣି ଯାଇଛି। ଏବେ ମନୋରଞ୍ଜନ କ୍ଷେତ୍ରରେ ମଧ୍ୟ ମୂଳଭାରତୀୟ ଆମେରିକୀୟଙ୍କ ପ୍ରଭାବ ଦେଖିବାକୁ ମିଳିଲାଣି।

ଆମେରିକାରେ ରହୁଥିବା ଗାୟିକା ଫାଲଗୁନି ଶାହ ଓରଫ ଫାଲୁ୍ ବେଷ୍ଟ ଚିଲ୍‌ଡ୍ରେନ୍ ମ୍ୟୁଜିକ୍ ଆଲବମ ପାଇଁ ଜର୍ମାନି ଆୱାର୍ଡ ପାଇଛନ୍ତି। ତାଙ୍କ ଆଲବମ ‘ଏ କଲରଫୁଲ ୱାର୍ଡ’ ପାଇଁ ସେ ପୁରସ୍କାର ପାଇଥିବା ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରି ଜଣାଇଛନ୍ତି।

ଆୱାର୍ଡ ପାଇବା ଦିନ ଫାଲୁ ଇନ୍‌ଷ୍ଟାରେ ପୋଷ୍ଟ କରି ଲେଖିଛନ୍ତି “ ଆଜିର ମ୍ୟାଜିକ୍ ଦିନକୁ ବର୍ଣ୍ଣନା କରିବା ପାଇଁ ମୋ ପାଖରେ ଶବ୍ଦ ନାହିଁ।  ଜର୍ମାନୀ ପ୍ରିମିୟର ସେରିମନିରେ ଗୀତ ଗାଇବା ମୋ ପାଇଁ ବହୁତ ବଡ଼ ସମ୍ମାନର କଥା। ଏହାପରେ ଏ କଲର ଫୁଲ ୱାର୍ଡରେ କାମ କରିଥିବା ସମସ୍ତ ସଦସ୍ୟଙ୍କ ପାଇଁ ଏକ ଷ୍ଟେଚ୍ୟୁ(ଆୱାର୍ଡ) ପାଇବା ମୋ ପାଇଁ ବହୁତ ବଡ଼ ସମ୍ମାନର କଥା।”

ଏହାପରେ ସେ ଆୱାର୍ଡ ଆୟୋଜକ ସଂସ୍ଥାକୁ ଧନ୍ୟବାଦ ଜଣାଇଛନ୍ତି। ଏହି ପୋଷ୍ଟରେ ଆୱାର୍ଡ ପାଇଥିବା ଫଟୋ ଶେୟାର କରିଛନ୍ତି।

ସୂଚନା ଥାଉକି ୭୪ ତମ ଜର୍ମାନୀ ଆୱାର୍ଡ ସେରିମନି ଲାସ ଭେଗାସ୍‌ରେ ଆଜି ସକାଳ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଜନ ବାଟିଷ୍ଟେ ଆଲବମ୍ ଅଫ୍‌ ଦି ଇୟର ଆୱାର୍ଡ ପାଇଥିଲେ। ସେହିରି ଓଲିଭିଆ ରୋଡ୍ରିଗୋ ବେଷ୍ଟ ନ୍ୟୁ ଆର୍ଟିଷ୍ଟ ଆୱାର୍ଡ ପାଇଥିବା ବେଳେ ସିଲ୍କ ସୋନିକ ସଂଙ୍ଗ ଅଫ୍‌ ଦି ଇୟର ଓ ରିକର୍ଡ ଅଫ୍‌ ଦି ଇୟର ପୁରସ୍କାର ପାଇଥିଲେ।

Related Articles

Back to top button