ଫ୍ଲାଟରେ ଲାଗିଗଲା ନିଆଁ, ଜୀବନ ବଞ୍ଚେଇବାକୁ ଯାଇ ବାଲକୋନିରୁ ଡେଇଁ ପଡିଲା ଯୁବତୀ
![](https://i0.wp.com/odia.mobilenews24x7.com/wp-content/uploads/2022/12/p7e9qcm8_bengaluru-fire-ndtv_625x300_21_September_21.webp?resize=650%2C400&ssl=1)
ଭୁବନେଶ୍ୱର: ଶନିବାର ମୁମ୍ବାଇ ମଲାଡରେ ଥିବା ୨୨ ମହଲା ଫ୍ଲାଟରେ ଅଗ୍ନିକାଣ୍ଡ ଘଟିଛି। କିନ୍ତୁ ଏହି ଦୁର୍ଘଟଣାରେ ଆହତଙ୍କ ସମ୍ପର୍କରେ କୌଣସି ସୂଚନା ନାହିଁ। ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ବିଏମସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଆଜି ସକାଳ ପ୍ରାୟ ୧୧.୩୦ ସମୟରେ ମଲାଡର ଜନକଲ୍ୟାଣ ନଗର ସ୍ଥିତ ମାରିନା ଏନକ୍ଲେଭ ବିଲ୍ଡିଂର ତୃତୀୟ ମହଲାରେ ଥିବା ଏକ ଫ୍ଲାଟରେ ନିଆଁ ଲାଗିଯାଇଥିଲା। ଯେଉଁଥିରେ ଅନେକ ଘରୋଇ ଜିନିଷ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା।
ମୁମ୍ବାଇର ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ନିଆଁ ଲାଗିବା ମାତ୍ରେ ଅତି କମରେ ଚାରିଟି ଅଗ୍ନିଶମ ଗାଡି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ସେମାନଙ୍କ ଟିମ୍ ୧୫ ମିନିଟ ମଧ୍ୟରେ ନିଆଁକୁ ଆୟତ୍ତ କରିଥିଲେ। ଏହି ସମୟରେ ଘରେ ରହିଥିବା ଜଣେ ଝିଅ ନିଜ ଜୀବନ ବଞ୍ଚାଇବା ପାଇଁ ବାଲକୋନିରୁ ଡେଇଁବାକୁ ଚେଷ୍ଟା କରିଥିଲା। ଏଥିସହିତ ଅଗ୍ନିଶମ ବିଭାଗ ତାଙ୍କୁ ଏକ ସିଡ଼ି ସାହାଯ୍ୟରେ ତଳକୁ ଆଣିବାକୁ ଚେଷ୍ଟା କରିଥିଲେ। ତେବେ ଉଦ୍ଧାର କରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ବିଏମସି ଅଧିକାରୀ କହିଛନ୍ତି ଯେ ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ। ସେ କହିଛନ୍ତି ଯେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ଏବଂ ସବିଶେଷ ତଥ୍ୟକୁ ଅପେକ୍ଷା କରାଯାଇଛି।