Featuredଜାତୀୟ

ଜାବାହାରଲାଲ ନେହରୁ ବିଶ୍ୱ ବିଦ୍ୟାଳୟରେ ପୁଣି ନୂଆ ବିବାଦ

ନୂୂୂଆଦିଲ୍ଲୀ: ଦିଲ୍ଲୀ ଜାବାହାରଲାଲ ନେହରୁ ବିଶ୍ୱ ବିଦ୍ୟାଳୟରେ ପୁଣି ନୂଆ ବିବାଦ ଆରମ୍ଭ ହୋଇଯାଇଛି। ପରସ୍ପର ବିରୋଧୀ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଆଜି କଲେଜ୍ କାନ୍ଥରେ ବାମ ପନ୍ଥୀ ବିରୋଧୀ ନାରା ଦିଆଯାଇଛି। ଯେଉଁଥିରେ ଲେଖାଯାଇଛି ବାମପନ୍ଥୀ ଭାରତ ଛାଡ଼, ବାମପନ୍ଥୀ ଆଇଏସ୍‌ଆଇଏସ୍‌। ଏବଂ ଜିହାଦୀମାନେ ଭାରତ ଛାଡ଼। ହିନ୍ଦୁ ସୁରକ୍ଷା ଦଳର ସଦସ୍ୟମାନେ ଏମିତି ଲେଖିଥିବା ଅଭିଯୋଗ ହୋଇଛି। କାନ୍ଥରେ ବି ହିନ୍ଦୁ ରକ୍ଷ ଦଳ ବୋଲି ଲେଖାଯାଇଛି। ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି। ଏଥିପାଇଁ ତଦନ୍ତ ଚାଲିଛି ବୋଲି କଲେଜ ପକ୍ଷରୁ କୁହାଯାଇଛି। ଗତ ପରଦିନ କିଛି ଅଜ୍ଞାତ କଲେଜ୍ କାନ୍ଥରେ ବ୍ରାହ୍ମଣ ଓ ବଣିଆ ଭାରତ ଛାଡ଼, ପ୍ରତିଶୋଧ ନେବୁ, ରକ୍ତର ବହିବ ଆଦି କଥା ଲେଖିଥିଲେ। ଯାହାକୁ ବିରୋଧ କରିଥିଲେ ଛାତ୍ର ବିଜେପି ଓ ଅଖିଳଭାରତୀୟ ବିଦ୍ୟାର୍ଥୀ ପରିଷଦ। ଏହା ବାମପନ୍ଥୀଙ୍କର କାମ ବୋଲି ସେମାନେ ଦାୟୀ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com